ଫୁଲବାଣୀ: ମଦ ଦୋକାନକୁ ନେଇ କୁହୁଳୁ ଥିବା ଅସନ୍ତୋଷ ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ସହରରେ ଥିବା ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରି ଆସୁଥିବା ସ୍ୱୟଂ ସହାୟିକା ମହିଳାମାନେ ମଙ୍ଗଳବାର ଏକତ୍ରିତ ହୋଇଛନ୍ତି । ସେମାନେ ୟୁକୋ ବ୍ୟାଙ୍କ ପାଖରେ ଥିବା ମଦ ଦୋକାନରେ ତାଲା ପକାଇଛନ୍ତି ।
ସରକାରୀ ମଦ ଦୋକାନରେ ତାଲା ପକାଇଲେ ମହିଳା - ସରକାରୀ ମଦ ଦୋକାନରେ ତାଲା
ଫିରିଙ୍ଗିଆ ବନ୍ଧ ସାହିରେ ରହିଛି ଏକ ମଦ ଦୋକାନ । ଦୀର୍ଘ ଦିନରୁ ସହରରେ ଥିବା ମଦ ଦୋକାନ ବନ୍ଦ କରିବା ପାଇଁ ଦାବି କରି ଆସୁଥିବା ସ୍ୱୟଂ ସହାୟିକା ମହିଳାମାନେ ମଙ୍ଗଳବାର ଏକତ୍ରିତ ହୋଇ ସେମାନେ ୟୁକୋ ବ୍ୟାଙ୍କ ପାଖରେ ଥିବା ମଦ ଦୋକାନରେ ତାଲା ପକାଇଛନ୍ତି । ଅଧିକ ପଢନ୍ତୁ
ଫିରିଙ୍ଗିଆ ବନ୍ଧ ସାହିରେ ରହିଛି ଏକ ମଦ ଦୋକାନ । ଏହାକୁ ସେଠାରେ ବନ୍ଦ କରିବା ପାଇଁ ବାରମ୍ବାର ଅଂଚଳବାସୀ ଦାବି କରିବା ସହ ପ୍ରଶାସନ ପାଖରେ ଅଭିଯାଗ କରି ଆସୁଥିଲେ । ହେଲେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ମଦ ଦୋକାନ ନିକଟ ରାସ୍ତା ଉପରେ ବୋତଲ ପଡୁଛି । ନିଶାସକ୍ତ ବ୍ୟକ୍ତିମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ।
ମଦ ଦୋକାନ ପାଖରେ ୟୁକୋ ବ୍ୟାଙ୍କ, ମେଡିକାଲ କଲୋନୀ, ବ୍ଲକ କଲୋନୀ ସ୍କୁଲ ଆଦି ରହିଛି । ସନ୍ଧ୍ୟା ବେଳ ଦୂରର କଥା ଦିନ ବେଳା ବି ଝିଅ ବୋହୁ ଏଠାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପୂର୍ବରୁ ୨ ରୁ ୩ ଥର ଅଭିଯୋଗ କରିଥିବା ବେଳେ ଗତ ମେ ୧୦ରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ସମିତି ସଭ୍ୟା ମୌସୁମୀ ପ୍ରଧାନ, ୱାର୍ଡ ସଭ୍ୟ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନେ ବିଡ଼ିଓଙ୍କୁ ଭେଟି ଆଲୋଚନା କରିଥିଲେ । ଏଥିସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ୧୭ ତାରିଖରେ ଫିରିଙ୍ଗିଆ ଜନଶୁଣାଣୀ କାର୍ଯ୍ୟକ୍ରମରେ ମଧ୍ୟ ଏହି ଅଭିଯୋଗ କରା ଯାଇଥିଲା । ମାତ୍ର କିଛି ପଦକ୍ଷେପ ନିଆ ଯାଇ ନ ଥିଲା । ଫଳରେ ମହିଳାମାନେ ମଦ ଦୋକାନରେ ତାଲା ପକାଇଛନ୍ତି।