ଓଡିଶା

odisha

By

Published : Feb 28, 2022, 3:36 PM IST

ETV Bharat / state

ଛାତ୍ର ମୃତ୍ୟୁକୁ ନେଇ ଅଭିଭାବକ ଓ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁହାଁମୁହିଁ

କନ୍ଧମାଳ ଜିଲ୍ଲା ତୁଡିପାଜୁରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ମାନେ ଅଧ୍ୟକ୍ଷଙ୍କୁ ଘେରିଥିଲେ । ପରେ ଅଚାନକ ଗସ୍ତ କରିଥିବା କମିଶନରଙ୍କୁ ଅବ୍ୟବସ୍ଥା ନେଇ ମୌଖିକ ଓ ଲିଖିତ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ

ଛାତ୍ର ମୃତ୍ୟୁକୁ ନେଇ ଅଭିଭାବକ ଓ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁହାଁ ମୁହିଁ
ଛାତ୍ର ମୃତ୍ୟୁକୁ ନେଇ ଅଭିଭାବକ ଓ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁହାଁ ମୁହିଁ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ତୁଡିପାଜୁରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅଭିଭାବକମାନେ ଅଧ୍ୟକ୍ଷଙ୍କୁ ଘେରିଥିଲେ । ପରେ ଅଚାନକ ଗସ୍ତ କରିଥିବା କମିଶନରଙ୍କୁ ଅବ୍ୟବସ୍ଥା ନେଇ ମୌଖିକ ଓ ଲିଖିତ ଅଭିଯୋଗ କରିଥିଲେ । ଶନିବାର ଜବାହାର ନବୋଦୟ ବିଦ୍ୟାଳୟର +୨ ଛାତ୍ର ନଦୀରେ ବୁଡି ମୃତ୍ୟୁ ହେବା ପରେ ଅଭିଭାବକମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି ।

ଛାତ୍ର ମୃତ୍ୟୁକୁ ନେଇ ଅଭିଭାବକ ଓ ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ମୁହାଁ ମୁହିଁ

ଘଟଣାକୁ ନେଇ ଗତକାଲି(ରବିବାର) ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ କମିସନର ନିଲମ ପାଣି ଫୁଲବାଣୀ ଜେଏନଭିକୁ ଗସ୍ତକରି ଘଟଣା ସମ୍ପର୍କରେ ବୁଝିଥିଲେ । ସେହିପରି ବିଦ୍ୟାଳୟର ହଷ୍ଟେଲକୁ ପାଣି ଠିକ ଭାବେ ଆସୁନଥିବାରୁ ଛାତ୍ରଛାତ୍ରୀ ଗାଧୋଇବା ଓ ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ହଷ୍ଟେଲ ଗୁଡିକରେ ଖଟ ଗୁଡିକ ଭାଙ୍ଗି ଯାଇଥିବାବେଳେ ବହୁ ରୁମର ପଙ୍ଖା, ଲାଇଟ ଚାଲୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ତେବେ ଏନେଇ ଅଭିଭାବକମାନେ ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶୋଧ ପରାୟଣ ହୋଇ ଛାତ୍ରଛାତ୍ରୀଙ୍କ ମାର୍କ କାଟିଦେଉଥିବା ସହ ଦୁର୍ବ୍ୟବହାର ଶିକାର ହେଉଛନ୍ତି । ସେହିପରି ପିଲାମାନଙ୍କୁ ଦୁଇ ବର୍ଷ ହେବ ୟୁନିଫର୍ମ ଦେଇ ନଥିବାବେଳେ ପୁରୁଣା ଡ୍ରେସ ଓ ପୁରୁଣା ବହିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ଦେଖାଶୁଣା କରିବା ପାଇଁ ଜଣେ ଷ୍ଟାଫ ନର୍ସ ନିୟୋଜିତ ହୋଇଛନ୍ତି ସତ କିନ୍ତୁ, ଷ୍ଟାଫ ନର୍ସ ଜଣକ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବା ସହ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ଅବଧି ସରିଥିବା ଔଷଧ ଦେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ କମିସନର ନିଲମ ପାଣିଙ୍କୁ ଅଭିଭାବକମାନେ ଅଭିଯୋଗ ପରେ ତୁରନ୍ତ କମିଶନର ପାଣି ସମସ୍ୟା ଦୁଇଦିନ ମଧ୍ୟରେ ସମଧାନ କରିବା ସହ ୬ ଜଣ ସିକ୍ୟୁରିଟି ଗାର୍ଡ ଓ ଅନ୍ୟାନ୍ୟ ଅସୁବିଧାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details