କନ୍ଧମାଳ:ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାତ୍ରି ଜଗୁଆଳି । ଗୋଟିଏ ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗିରଫ କର୍ମଚାରୀ ଫିରିଙ୍ଗିଆ ତହସିଲ ଅଫିସ୍ର ରାତ୍ର ଜଗୁଆଳୀ ଅଜୟ କୁମାର ମଲ୍ଲିକ ବୋଲି ଜଣା ପଡ଼ିଛି ।
ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଲାବୃଡି ପଞ୍ଚାୟତ ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ଜାଗାର ମ୍ୟୁଟେସନ ଓ ପଟ୍ଟା କରେଇ ଦେବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରା ପଡ଼ିଛନ୍ତି ।
ଆଗରୁ ମଧ୍ୟ୍ୟ ସେ ଏଥିପାଇଁ ୩୫ ହଜାର ଟଙ୍କା ନେଇ ସାରିଥିବା ଅଭିଯୋଗ କରିଛନ୍ତି ବିଜୁ । ଆଉ ୮ ହଜାର ଟଙ୍କା ଦେଲେ କାମ ହେବ ବୋଲି ଅଜୟ ତାଙ୍କୁ କହିଥିଲେ । ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ସମ୍ପୃକ୍ତ ରାତ୍ରି ଜଗୁଆଳି ୮ ହଜାର ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ଭିଜିଲାନ୍ସ ଡିଏସ୍ପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇ ଥିଲା । ଏନେଇ ଭିଜିଲାନ୍ସ ଥାନାରେ ୧୫/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଡିଏସ୍ପି ଭିଜିଲାନ୍ସ ଡିଏସ୍ପି ସୂଚନା ଦେଇଛନ୍ତି ।