ଓଡିଶା

odisha

ETV Bharat / state

ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ

ଜାଡ଼ରେ ଜୁଡୁବୁଡୁ କନ୍ଧମାଳ । ଜିଲ୍ଲାରେ ହାରାହାରି ତାପମାତ୍ରା ପୂର୍ବାପେକ୍ଷା 5ରୁ 7 ଡିଗ୍ରୀ ସେଲସିୟସ କମିଛି । ଫଳରେ ଏଭଳି ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଜିଲ୍ଲାବାସୀ ।

By

Published : Dec 28, 2019, 11:57 AM IST

teeth-biting-cold-kandhma
teeth-biting-cold-kandhma

ଫୁଲବାଣୀ: ଶୀତରେ ଥରୁଛି ସମଗ୍ର ଜିଲ୍ଲା । ଆଜି କନ୍ଧମାଳରେ ହାରାହାରି ତାପମାତ୍ରା 5ରୁ 7 ଡିଗ୍ରୀ ସେଲସିୟସ କମିଛି । ଫଳରେ ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ତେବେ ବର୍ଷର ଶେଷ ସପ୍ତାହରେ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି ପର୍ଯ୍ୟଟକ । ଶୀତକୁ ଅନୁଭବ କରିବା ସହିତ ପ୍ରକୃତି କୋଳରେ ସମୟ ବିତେଇବା ପାଇଁ ବହୁ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।

ସେହିପରି ଫୁଲବାଣୀର ତାପମାତ୍ରା 10.5 ଡିଗ୍ରୀ ରହିଥିବାବେଳେ ଦାରିଙ୍ଗବାଡିର ତାପମାତ୍ରା 7 ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଗୋଟିଏ ଦିନରେ ତାପମାତ୍ରା 5ରୁ 7 ଡିଗ୍ରୀ କମିଛି । ସାରା ଜିଲ୍ଲାରେ ଖେଳିଯାଇଛି ଘନ କୁହୁଡ଼ିର ଆସ୍ତରଣ । ଚତୁର୍ପାଶ୍ବ କୁହୁଡ଼ିମୟ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ

ସ୍ଥାନୀୟ ବାସିନ୍ଦା ଜାଡରେ ଥରୁଥିବାବେଳେ ରୋଜଗାର ପାଇଁ ଗାଁ ଛାଡ଼ି ସହର ମୁହାଁ ହୋଇଛନ୍ତି ଲୋକେ । କିନ୍ତୁ ଏପଟେ ରାଜ୍ୟର ପର୍ଯ୍ୟଟକ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି । ହାଡ଼ଥରା ଶୀତର ମଜା ନେବା ସହ ଶୀତକୁ ଉପଭୋଗ କରିବାକୁ ଧାଇଁ ଆସିଛନ୍ତି କନ୍ଧମାଳ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details