ଓଡିଶା

odisha

ETV Bharat / state

ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି, ଗରିବ ଯୁବତୀଙ୍କ କଲେ ଶବସତ୍କାର - କନ୍ଧମାଳରେ ଟିମ ହ୍ୟୁମାନିଟି

କଳି ଯୁଗରେ ବି ମରିନି ମଣିଷ ପଣିଆ । ଜଣେ ଅତି ଗରିବ ପରିବାରର ଯୁବତୀଙ୍କ ମୃତ୍ୟୁ ପରେ କିଛି ଉତ୍ସାହୀ ସ୍ବେଚ୍ଛାସେବୀ ସମସ୍ତ ଖର୍ଚ୍ଚ ବହନ କରି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।

kandhamal latest news, team humanity of kandhamal, poor woman's cremention in kandhamal, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ଟିମ ହ୍ୟୁମାନିଟି, କନ୍ଧମାଳରେ ଗରିବ ଯୁବତୀଙ୍କ ଶବ ସତ୍କାର
ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି, ଗରିବ ଯୁବତୀଙ୍କ କଲେ ଶବସତ୍କାର

By

Published : May 9, 2020, 7:57 PM IST

ଫୁଲବାଣୀ: କଳି ଯୁଗରେ ବି ମରିନି ମଣିଷପଣିଆ । ଜଣେ ଅତି ଗରିବ ପରିବାରର ଯୁବତୀଙ୍କ ମୃତ୍ୟୁ ପରେ କିଛି ଉତ୍ସାହୀ ସ୍ବେଚ୍ଛାସେବୀ ସମସ୍ତ ଖର୍ଚ୍ଚ ବହନ କରି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଗରିବ ପରିବାର ଲକଡାଉନ ଯୋଗୁଁ ଜୀବିକା ହରେଇ ବସିଥିବା ବେଳେ ଶେଷକୃତ୍ୟ କରିବାକୁ ମୁଣ୍ଡରେ ହାତ ଦେଇ ଅପେକ୍ଷା କରିଥିଲେ । ଏପରି ସମୟରେ ଆସି ମଣିଷ ପଣିଆର ପରିଚୟ ଦେଇଛନ୍ତି ଫୁଲବାଣୀ ଟିମ ହ୍ୟୁମାନିଟିର ସ୍ବେଚ୍ଛାସେବୀ ।

ମାନବିକତା ଦେଖାଇଲା ଟିମ ହ୍ୟୁମାନିଟି, ଗରିବ ଯୁବତୀଙ୍କ କଲେ ଶବସତ୍କାର

କନ୍ଧମାଳ ଜିଲ୍ଲା ଟିକାବାଲି ପାତ୍ର ସାହିର ମୁନା ସାହୁଙ୍କ ଭଉଣୀ ମମି ସାହୁ ଆତ୍ମହତ୍ୟା କରିଥିଲେ । ଅତି ଗରିବ ଏହି ପରିବାରଟି ମୂଲ କାମ କରି ଚଳନ୍ତି । ଲକଡାଉନ ଯୋଗୁଁ କିଛି କାମ ମିଳୁ ନଥିବାରୁ ଏପରି ସ୍ଥିତିରେ ମମି ଆତ୍ମହତ୍ୟା କରିବା ପରେ ପୋଲିସ ମୃତଦେହ ଜବତ କରି ଫୁଲବାଣୀରେ ବ୍ୟବଚ୍ଛଦ ପାଇଁ ଆଣିଥିଲେ । ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲେ । ତେବେ ମୃତଦେହକୁ ଟିକାବାଲି ନେଇ ସତ୍କାର କରିବା ପରିବାର ପକ୍ଷରେ ଅସମ୍ଭବ ହୋଇଥିଲା ।

ଖବର ପାଇ ଫୁଲବାଣୀର ସ୍ବେଚ୍ଛାସେବୀ ଦଳ ଟିମ ହ୍ୟୁମାନିଟିର ସଦସ୍ୟ ଆସି ପହଞ୍ଚିଥିଲେ। ଶୁକ୍ରବାର ରାତିରେ ପବନ ସତ୍ତ୍ବେ କାଠ ଓ ସମସ୍ତ ଦ୍ରବ୍ୟ ଯୋଗାଡ କରି ନାରାୟଣୀ ମନ୍ଦିର ନିକଟସ୍ଥ ଶ୍ମଶାନରେ ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ବିପଦ ତ ବିପଦ, ଶ୍ମଶାନରେ ଶେଷ ବିଦାୟରେ ବନ୍ଧୁ ସାଜି ନିଚ୍ଛକ ମାନବିକତାର ଉଦାହରଣ ଦେଇଛନ୍ତି ଏହି ଯୁବକ ଗୋଷ୍ଠୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details