ଓଡିଶା

odisha

ଶିକ୍ଷା ବ୍ୟବସ୍ଥାର ବିକଳ ରୂପ, ବାରଣ୍ଡାରେ ଚାଲିଛି ପାଠପଢା

By ETV Bharat Odisha Team

Published : Oct 7, 2023, 10:48 PM IST

ବିପଦ ସଂକୁଳ ଅବସ୍ଥାରେ ଶିକ୍ଷାଦାନ,ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ଗୋଟିଏ କୋଠରୀରେ ପ୍ରଥମରୁ ୫ମ ଯାଏଁ ଶିକ୍ଷାଦାନ । ଅଧିକ ପଢନ୍ତୁ

ଶିକ୍ଷା ବ୍ୟବସ୍ଥାର ବିକଳ ରୂପ, ବାରଣ୍ଡାରେ ଚାଲିଛି ଶିକ୍ଷାଦାନ
ଶିକ୍ଷା ବ୍ୟବସ୍ଥାର ବିକଳ ରୂପ, ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ଶିକ୍ଷା ବ୍ୟବସ୍ଥାର ବିକଳ ରୂପ, ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ଫୁଲବାଣୀ: ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ,ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ସରକାରଙ୍କ ଶିକ୍ଷାର ବିକାଶ କରୁଥିବା ଡିଣ୍ଡିମ ପିଟୁ ଥିବାବେଳେ ଏଠାକରେ ଓଲଟା ଚିତ୍ର । ବାରଣ୍ଡା ଏବଂ ଭଙ୍ଗା ଶ୍ରେଣୀ ଗୃହ ମଧ୍ୟରେ ବିପଦ ସଂକୁଳ ଅବସ୍ଥାରେ ଗଢା ଚାଲିଛି ଭବିଷ୍ୟତ l ଏହିଭିଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ମେଣ୍ଡିପାଙ୍ଗା ଗ୍ରାମରେ ।
ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ରହିଛି l ବିପପୂର୍ଣ୍ଣ ଭାବେ ଶ୍ରେଣୀ ଗୃହ ଥିବାରୁ ଗୋଟିଏ କୋଠରୀରେ ପ୍ରଥମରୁ ୫ମ ଯାଏଁ ଛାତ୍ରଛାତ୍ରୀ ବସିଥାନ୍ତି ।ଏହା ସହ ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି । ତେବେ 1980 ମସିହାରେ ସ୍ଥାପିତ ହେଇଥିବା ଏହି ବିଦ୍ୟାଳୟରେ ବର୍ତ୍ତମାନ 23 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ସ୍ଥାନ ଅଭାବରୁ ଖରା ବର୍ଷା ଓ ଶୀତ ଦିନେ ବାରଣ୍ଡାରେ ବାଧ୍ୟ ହୋଇ ପାଠପଢା ଯାଉଥିବା ଦେଖିବାକୁ ମିଳିଛି ।

ସରକାର ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ ନାରା ଦେଇ କୋଟି କୋଟି ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ଏହି ପ୍ରାଥମିକ ବିଦ୍ୟାଳୟ ଉପରେ ଆଜି ପର୍ଯ୍ୟନ୍ତ କାହାର ନଜର ପଡିନଥିବା ଅଭିଯୋଗ ହୋଇଛି । କେବଳ ମେଣ୍ଡିପାଙ୍ଗା ବିଦ୍ୟାଳୟ ନୁହେଁ, ଜିଲ୍ଲାର ଅନେକ ପ୍ରାଥମିକ ବିଦ୍ୟାଳୟ ରହିଛି ଯାହା ଉପରେ ସରକାରଙ୍କ ନଜର ପଡିନାହିଁ । ତେବେ ବ୍ଲକ୍ ପ୍ରଶାସନର ଚରମ ଅବହେଳା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାଳୟର ରୂପାନ୍ତରଣକୁ ସମସ୍ତେ ଭୁଲିଯାଇଛନ୍ତି । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ଅଭିଭାବକ ।

ଏହା ମଧ୍ୟ ପଢନ୍ତୁ....Watch: ପ୍ରଶାସନ ଶୁଣିଲାନି, ଭୁଶୁଡିଲା ପଡିଲା ବିଦ୍ୟାଳୟ

ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି, ପାନୀୟ ଜଳର ଅସୁବିଧା ମଧ୍ୟ ରହିଛି । ଫଳରେ ଚୁଆ ପାଣିରେ ମଧ୍ୟାହ୍ନ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି l

ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ଏହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ପଡିଥିଲା ସ୍କୁଲ ବନ୍ଦଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ୫୦ଜଣ ଛାତ୍ରଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ନିଦ ଭାଙ୍ଗି ନାହିଁ । କିଲୁପଡ଼ା ସ୍କୁଲଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡ଼ୁ ନଥିବା ଜଣାପଡିଛି ।

ଇଟିଭି ଭାରତ,କନ୍ଧମାଳ

ABOUT THE AUTHOR

...view details