କନ୍ଧମାଳ: ନୂଆଗାଁ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଯାତନା ଘଟଣା । କୁଇ ସମାଜ ଦେଇଥିବା ସମୟର କଣ୍ଟ ପୁରିଛି । ସମସ୍ତ ଶିକ୍ଷକଙ୍କୁ ଗିରଫ କରିବା ନେଇ ସେପ୍ଟେମ୍ବର 2 ତାରିଖ ଯାଏଁ ଡେଡଲାଇନ ଦେଇଥିଲେ ଆଦିବାସୀ କୁଇ ସମାଜ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଜାରି ରହିଥିବାବେଳେ କାହାକୁ ଗିରଫ କରାଯାଇନାହିଁ । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା, ଆନ୍ଦୋଳନର ଚେତାବନୀ ଦେଲେ କୁଇ ସମାଜ - ଜଣେ ଶିକ୍ଷୟତ୍ରୀଙ୍କୁ ତିନି ଜଣ ଶିକ୍ଷକ ନିର୍ଯାତନା
ନୂଆଗାଁ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତଙ୍କୁ କୁଇ ସମାଜର ଗିରଫ ଦାବି । ଏନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦେଇ ଅଭିଯୁକ୍ତ ଗିରଫ କରିବାକୁ ଦାବି କରିଥିଲେ ସମାଜ । ହେଲେ ଆଜି ଯାଏ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ କୁଇ ଆଦିବାସୀ ସମାଜ ଠାରେ ଅଭିଯୋଗ କରିବା ପରେ ମାମଲା ଭିନ୍ନ ମୋଡି ନେଇଥିଲା । ସମାଜର ଡେଡଲାଇନ ପରେ ପୋଲିସ ଉପରେ ଚାପ ସୃଷ୍ଟି ହେବ ବୋଲି ଶିକ୍ଷକ ସଙ୍ଗଠନ ଚିନ୍ତିତ ଥିବାବେଳେ ନିରପକ୍ଷ ତଦନ୍ତ ଦାବି କରାଯାଇଛି । ସେପଟେ ଏହି ଘଟଣାକ ସହିତ ଇତିଶ୍ରୀ ଘଟଣା ଯୋଡା ଯିବା ଦ୍ବାରା ଏକ ଭିନ୍ନ ମୋଡ ନେଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ