ଓଡିଶା

odisha

ETV Bharat / state

ଦାବି ଶୁଣିଲେନି ସରକାର, ୧୬ ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଶିକ୍ଷକଙ୍କୁ ପ୍ରତାରଣା ଅଭିଯୋଗ । ଦାବି ପୂରଣ ନହେଲେ ସମୂହ ଛୁଟି ଯିବାକୁ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

By

Published : Aug 12, 2023, 10:21 PM IST

Updated : Aug 12, 2023, 10:42 PM IST

ଦାବି ପୂରଣ ନହେଲେ ସମୂହ ଛୁଟି ଯିବାକୁ ଚେତାବନୀ
ଦାବି ପୂରଣ ନହେଲେ ସମୂହ ଛୁଟି ଯିବାକୁ ଚେତାବନୀ

16 ତାରିଖରୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଫୁଲବାଣୀ: ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ। ନିଜ ହକ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ ସଂଘ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଦାବି କରିଛନ୍ତି ସମସ୍ତ ଶିକ୍ଷକ । ଜିଲ୍ଲାର ହଜାର ହଜାର ପ୍ରାଥମିକ ଶିକ୍ଷକ ଫୁଲବାଣୀର ମୁଦିକୁନ୍ଦା ଛକଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ୩ ଦଫା ଦାବି ମାନିବାକୁ ଶିକ୍ଷକ ସଂଘ ଦାବି କରିଥିଲା । ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ।

ଏହି ବି ପଢନ୍ତୁ: 14 ଦଫା ଦାବି ନେଇ ମାଧ୍ୟମିକ ଶିକ୍ଷକ ସଂଘର ବିକ୍ଷୋଭ

ସୂଚନା ଅନୁଯାୟୀ, ଗତ ୨୦୨୨ ନଭେମ୍ବର ମାସ ୨୭ ତାରିଖରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଦାବି ପୂରଣର କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜକୁ ଆଠ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କର କୌଣସି ଦାବି ଏଯାବତ୍ ପୂରଣ କରି ନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ ।

ଏହି ବି ପଢନ୍ତୁ: ଦାବି ପୂରଣ ନହେଲେ ଶିକ୍ଷାଦାନ ନାହିଁ, ସମୂହ ଛୁଟିରେ ଯିବାକୁ ଶିକ୍ଷକଙ୍କ ଚେତାବନୀ

ଶିକ୍ଷକ ବିଦେଶୀ ନାୟକ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାକୁ ନିର୍ଦ୍ଦେଶ ଦେଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ନେଇ ଏକ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରିପାରି ନାହିଁ । ତେଣୁ ତୁରନ୍ତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ପ୍ରଦାନ କରିବା । ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା । ଦାବିକୁ ତିରନ୍ତ ପୂରଣା କରାଯାଉ । ଯଦି ସରକାର ଦାବି ପୂରଣ ନ କଲେ ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ କରିବେ ବୋଲି ଚେତାବନୀ ଦେଇଛନ୍ତି ।’’

ଇଟିଭି ଭାରତ, ଫୁଲବାଣୀ

Last Updated : Aug 12, 2023, 10:42 PM IST

ABOUT THE AUTHOR

...view details