ଓଡିଶା

odisha

By ETV Bharat Odisha Team

Published : Oct 1, 2023, 4:30 PM IST

ETV Bharat / state

କନ୍ଧମାଳରେ ଆବର୍ଜନା ମୁକ୍ତ ପାଇଁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆବର୍ଜନା ମୁକ୍ତ ପାଇଁ 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ଫର୍ ୱାଟର ପ୍ଲସ, ୟୁନିସେଫ ଓ ପ୍ରଦାତ୍ତା ସହାୟତାରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଯାଇଛି ।

ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ
ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ

ଫୁଲବାଣୀ: ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଆବର୍ଜନା ମୁକ୍ତ ପାଇଁ 'ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ଫର୍ ୱାଟର ପ୍ଲସ, ୟୁନିସେଫ ଓ ପ୍ରଦାତ୍ତା ସହାୟତାରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ ହୋଇଯାଇଛି । ତେବେ କନ୍ଧମାଳ ପକ୍ଷରୁ ମାଲିକାପଡ଼ି ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାପ୍ଟିଷ୍ଟ ଚର୍ଚ୍ଚ ପରିସର, ବାପ୍ଟିଷ୍ଟ ଚର୍ଚ୍ଚ ନୂଆସାହି ଏବଂ ମସଜିଦ ପରିସରଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି ।

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ସଫାସୁତୁରା ରଖିବା ଓ ଆବର୍ଜନା ମୁକ୍ତ ଭାରତ ଗଠନ କରିବା ପାଇଁ ସଚେତନତା କରାଯାଇଛି । ବିଭିନ୍ନ ଜରି ପଲିଥିନ ଓ ପ୍ଲାଷ୍ଟିକ ବୋତଲ ଗୁଡ଼ିକ ଏଣେତେଣେ ନପକାଇ ଏକତ୍ରିତ କରି ବର୍ଜ୍ୟବସ୍ତୁ ପରିଚାଳନା ସ୍ଥାନରେ ପକାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପରାମର୍ଶ ଦେବା ପାଇଁ ଯୁବ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସ୍ୱଚ୍ଛତା ବାର୍ତ୍ତା ନେଇ ବାଲୁକାକଳାରେ ସଚେତନତା

ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଧିକାଂଶ ଚିପ୍ସ ଜରି, ପଲିଥିନ, ପ୍ଲାଷ୍ଟିକ ବୋତଲ ଛୋଟ ଛୋଟ ଗୁଟଖା ଜରି ମିଳିଥିବାରୁ ଖୁଲମଖୋଲା ବିକ୍ରି କରାଯାଉଥିବା ଦୋକାନ ଗୁଡ଼ିକୁ ତାଗିଦ କରିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଏହି ପଲିଥିନ ଜରି ଓ ପ୍ଲାଷ୍ଟିକ ବୋତଲ ପାଇଁ ପରିବେଶ ଓ ଜଳବାୟୁ ପ୍ରଦୂଷଣ ହେଉଥିବାରୁ ଅଧିକାଂଶ ସମୟରେ ଗାଈଗୋରୁ ମୃତ୍ୟୁର ଶିକାର ହେଉଥିବା ବେଳେ ମଣିଷର ଚର୍ମ ରୋଗ ତଥା ବିଭିନ୍ନ ରୋଗର ଶିକାର ହେଉଛି । ଯେଉଁଥିପାଇଁ ଏଗୁଡିକ ଯେତେ ସମ୍ଭବ କମ ବ୍ୟବହାର କରିବା ସହ ପରିବେଶ ସ୍ବଚ୍ଛ ରଖିବା ପାଇଁ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ଏହାମଧ୍ୟ ପଢନ୍ତୁ..ଅନ୍ୟମାନଙ୍କ ପାଇଁ ଉଦାହରଣ, ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ଅସହାୟ ବୃଦ୍ଧା

ଏହି ଅଳିଆ ଆବର୍ଜନା, ପ୍ଲାଷ୍ଟିକ ଓ ପଲିଥିନ ଜରିର ପ୍ରାଦୁର୍ଭାବ ଯୋଗୁଁ ଜଳବାୟୁ ପରିବର୍ତ୍ତନରେ ଅନିୟମିତତା ଦେଖାଯାଉଛି ବୋଲି ଲୋକମାନଙ୍କୁ ସଚେତନ କରାଯାଇଛି । ପରିବେଶର ସୁରକ୍ଷା ଏବଂ ସୁସ୍ଥ ଜଳବାୟୁ ତିଆରି କରିବାରେ ସହାୟକ ହେବ ପାଇଁ ନିଜ ଠାରୁ ପରିବର୍ତ୍ତନ ଆଣିବା ପାଇଁ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଯୁବ ମହାସଂଘର ବିଷ୍ଣୁପ୍ରିୟା ପ୍ରଧାନ, ରାଜବାଳା ସିଂ, ମହିଳା ଜୀବିକା ସୁରକ୍ଷା ମଞ୍ଚର ସଂଯୋଜିକା ସସ୍ମିତା ମଲ୍ଲିକଙ୍କ ପ୍ରମୁଖ ସାମିଲ ହୋଇଥିଲେ ।

କନ୍ଧମାଳ, ଇଟିଭି ଭାରତ

ABOUT THE AUTHOR

...view details