ଓଡିଶା

odisha

ETV Bharat / state

ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବାକୁ 'ପରୀକ୍ଷା ପର୍ବ' ଆୟୋଜନ - ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ

ପରୀକ୍ଷା ସମୟରେ ଏବଂ ପର ମୂହର୍ତ୍ତରେ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ଥ ହୋଇ ଆତ୍ମହତ୍ୟା କରୁଥିବାରୁ ଆୟୋଜନ କରାଯାଉଛି ପରୀକ୍ଷା ପର୍ବ ।

special programme
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଗସ୍ତ

By

Published : Jan 12, 2020, 12:31 AM IST

ଫୁଲବାଣୀ: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢାଇବା ସହ ଚାପମୁକ୍ତ କରିବାକୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ପରୀକ୍ଷା ସମୟରେ ଏବଂ ପର ମୂହର୍ତ୍ତରେ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ଥ ହୋଇ ଆତ୍ମହତ୍ୟା କରୁଥିବାରୁ ଆୟୋଜନ କରାଯାଉଛି ପରୀକ୍ଷା ପର୍ବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ। ଶନିବାର କନ୍ଧମାଳ ଜିଲ୍ଳା ଗସ୍ତ କରିବା ସମୟରେ ବିଭିନ୍ନ ବିଷୟରେ ଆଲୋଚନା କରି ଏଭଳି ସୂଚନା ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ ।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଗସ୍ତ

ଏହାସହ ଆସନ୍ତା 2025 ମସିହା ମଧ୍ୟରେ ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପରୀକ୍ଷା ପର୍ବ ଆୟୋଜନ କରାଯାଇ ସଚେତନ କରାଯିବ। ଏପରିକି କିଛି ଦ୍ଵନ୍ଦ ଥିଲେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅନଲାଇନରେ ଅନେକ ମନସ୍ତତ୍ତ୍ବବିତଙ୍କ ସହ କଥା ହୋଇ ନିଜ ଦ୍ବନ୍ଦ ଦୂର କରିପାରିବେ ବୋଲି ଆୟୋଗ ତରଫରୁ ସୂଚନା ଦିଆଯାଇ ଛି। ଫେବ୍ରୁଆରୀରେ ମାଟ୍ରିକ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ଗସ୍ତରେ କମିଶନ ସଦସ୍ୟ ମନ୍ଦାକିନୀ କର, ହରିହର ବେହେରା ମଧ୍ୟ ସାମିଲ ହୋଇଥିଲେ। ଆଲୋଚନା ଓ ବୈଠକରେ ଫୁଲବାଣୀ ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ପ୍ରଧାନ,ସିଡବ୍ଲୁସି,ଡିସିପିୟୁ ସହିତ ସ୍କୁଲ ଓ କଲେଜ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।


କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ ।

For All Latest Updates

ABOUT THE AUTHOR

...view details