ଓଡିଶା

odisha

ETV Bharat / state

ରାଜ୍ୟରେ ଖୁବଶୀଘ୍ର ହେବ ଫାଷ୍ଟଟ୍ରାକ କୋର୍ଟ: ଆଇନ ମନ୍ତ୍ରୀ

ରାଜ୍ୟରେ ଖୁବଶୀଘ୍ର ଫାଷ୍ଟଟ୍ରାକ ଖୋଲାଯିବା ନେଇ କହିଲେ ଆଇନ ମନ୍ତ୍ରୀ । ଫୁଲବାଣୀ ଗସ୍ତରେ ଆସିଥିବା ମନ୍ତ୍ରୀ ପ୍ରତାପ ଜେନା ଏଭଳି ମନ୍ତବ୍ୟ ଦେଇଛନ୍ତି ।

law minister visit Khandhmal
ରାଜ୍ୟରେ ଖୁବଶୀଘ୍ର ହେବ ଫାଷ୍ଟ ଟ୍ରାକ କୋର୍ଟ:ପ୍ରତାପ ଜେନା

By

Published : Dec 17, 2019, 9:22 PM IST

ଫୁଲବାଣୀ: ରାଜ୍ୟରେ ଖୁବଶୀଘ୍ର ଖୋଲାଯିବ ଫାଷ୍ଟଟ୍ରାକ କୋର୍ଟ । ଏନେଇ କାମ ଆରମ୍ଭ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ମଙ୍ଗଳବାର ଫୁଲବାଣୀ ଗସ୍ତରେ ଥିବା ପ୍ରତାପ ଜେନା ଫାଷ୍ଟଟ୍ରାକ କୋର୍ଟକୁ ନେଇ ଏଭଳି ଉତ୍ତର ଦେଇଛନ୍ତି । ନିକଟରେ ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟରେ 40ଟି ଫାଷ୍ଟଟ୍ରାକ କୋର୍ଟ ଖୋଲାଯିବାର ଘୋଷଣା କରିଥିଲେ ରାଜ୍ୟ ସରକାର ।

ରାଜ୍ୟରେ ଖୁବଶୀଘ୍ର ହେବ ଫାଷ୍ଟ ଟ୍ରାକ କୋର୍ଟ:ପ୍ରତାପ ଜେନା

ଅନ୍ୟପଟେ, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧୀ ତାଙ୍କୁ ଟାର୍ଗେଟ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଫାଷ୍ଟଟ୍ରାକରେ ବିଚାର କରାଯାଉ ଥିବାବେଳେ ଆଜି ଯାଏଁ ଓଡ଼ିଶାରେ ମହିଳାଙ୍କ ପାଇଁ ଏଭଳି କିଛି କୋର୍ଟର ଖୋଲା ଯାଇନାହିଁ । ମନ୍ତ୍ରୀମାନେ କେବଳ ବାହାସ୍ପୋଟ ମାରି ଖୋଲିବା କଥା କହୁଛନ୍ତି ବୋଲି ଅଭିଯୋଗ କରିବା ସହ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details