ଓଡିଶା

odisha

ETV Bharat / state

କାଠ ଫାଳିଆରେ ପିଟିପିଟି ମାଆକୁ ହତ୍ୟାକଲା ପୁଅ - ମାଆକୁ ହତ୍ୟା କଲା ପୁଅ

ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମାଆକୁ ହତ୍ୟା କଲା ନୃଶଂସ ପୁଅ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ମାଆକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ଅଧିକ ପଢ଼ନ୍ତୁ

son killed to mother in phulbani
ସୈତାନ ପୁଅର ଉନ୍ମତ କାଣ୍ଡ, କାଠ ଫାଳିଆରେ ପିଟିପିଟି ମାଆକୁ ହତ୍ୟା

By

Published : May 27, 2022, 3:34 PM IST

ଫୁଲବାଣୀ:ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମାଆକୁ ହତ୍ୟା କଲା ନୃଶଂସ ପୁଅ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ମାଆକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ମୃତ ମାଆ ହେଲେ କସ୍ତୁରୀ କହଁର । ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ଜିତେନ୍ଦ୍ର କହଁର ମାନସିକ ବିକାରଗ୍ରସ୍ତ ଅଟନ୍ତି ।

ସୈତାନ ପୁଅର ଉନ୍ମତ କାଣ୍ଡ, କାଠ ଫାଳିଆରେ ପିଟିପିଟି ମାଆକୁ ହତ୍ୟା

ଅନେକ ସମୟରେ ସେ ଲୋକଙ୍କ ସହ ଗଣ୍ଡଗୋଳ ଓ ମାରପିଟ୍‌ କରୁଥିଲେ । ତେଣୁ ମାଆ କସ୍ତୁରୀ ପୁଅକୁ ଏକ ଘରେ ତାଲା ପକାଇ ରଖିଥିଲେ । ଗତକାଲି ରାତିରେ ତାଲା ଖୋଲି ଜିତେନ୍ଦ୍ରଙ୍କୁ ଖାଇବାକୁ ଦେବା ସମୟରେ ହଠାତ ଏକ କାଠ ଫାଳିଆରେ ମାଆଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ କସ୍ତୁରୀ ଚେତାଶୂନ୍ୟ ହୋଇପଡ଼ିଥିଲେ । ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଫୁଲବାଣୀ ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ଜିତେନ୍ଦ୍ର କହଁରକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details