ଫୁଲବାଣୀ: ଖାକିରେ କଳଙ୍କ । କନ୍ଧମାଳ ଜିଲ୍ଲା ସଦର ଥାନାରେ କ୍ୟାମ୍ପ କରିଥିବା ଓ ଏସଏପି ଯବାନ ସନାତନ ବେହେରା ଅଟକ । ସ୍ଥାନୀୟ ଅଞ୍ଚଳର କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହିତ ଅସଦାଚରଣ କରିବା ମାମଲାରେ ପୋଲିସ ଯବାନଙ୍କୁ ଅଟକ ରଖିଛି ।
ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଯବାନ ଅଟକ - kandhamal news
ଯୁବତୀଙ୍କ ଅଶ୍ଳୀଳ ଇଙ୍ଗିତ କରି ଯବାନ ଅଟକ । ଏଭଳି ଘଟଣା ଘଟିଛି କନ୍ଧମାଳ ସଦର ଥାନା ଅନ୍ତର୍ଗତ ଏକ ଗାଁରେ । ଅଧିକ ଖବର ପଢନ୍ତୁ...
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ସୂଚନା ଅନୁସାରେ, କନ୍ଧମାଳ ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଯବାନ ଜଣକ ପହଞ୍ଚି ସେଠାରେ ଥିବା କିଛି ଯୁବତୀଙ୍କୁ ବିଭିନ୍ନ ଅଶ୍ଲୀଳ ଇଙ୍ଗିତ କରିଥିଲେ । ପରେ ପିଡିତା ଥାନାରେ ଏତଲା ଦେବାରୁ ଜିଲ୍ଲା ଏସଆଇ ବିଡି ରାଉତରାୟ ମାମଲାର ତଦନ୍ତ କରୁଛନ୍ତି । ଏହି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ