ଓଡିଶା

odisha

ETV Bharat / state

ଅସହାୟ ପଶୁପକ୍ଷୀଙ୍କ ଭୋକ ବୁଝିଲେ କନ୍ଧମାଳର ସ୍ବେଚ୍ଛାସେବୀ

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସ୍ବେଛାସେବୀମାନେ ବୁଲି ବୁଲି ବିଭିନ୍ନ ଛକ ଓ ସାହିରେ ଭୋକିଲା ପଶୁପକ୍ଷୀଙ୍କୁ ଖାଦ୍ୟ ଦେଉଛନ୍ତି। ବିଭିନ୍ନ ସ୍ଥାନରୁ ଓ ଲୋକଙ୍କଠାରୁ ସଂଗ୍ରହ କରି ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

kandhamal latest news
ଅସହାୟ ପଶୁପକ୍ଷୀଙ୍କ ଭୋକ ବୁଝିଲେ କନ୍ଧମାଳର ସ୍ବେଚ୍ଛାସେବୀ

By

Published : Apr 9, 2020, 11:41 PM IST

Updated : Apr 10, 2020, 11:26 AM IST

ଫୁଲବାଣୀ: କୋରୋନା ଲକଡାଉନ ପାଇଁ ଦୋକାନ ବଜାର ବନ୍ଦ। ସବୁ ବନ୍ଦ ଥିବାରୁ ଖାଦ୍ୟ ନପାଇ ପଶୁ ପକ୍ଷୀ ଭୋକିଲା । ଏପରି ସ୍ଥିତିରେ ସ୍ବେଛାସେବୀ ଆଗେଇ ଆସି ଭୋକିଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଟିମ ହ୍ୟୁମାନିଟିର ସ୍ବେଚ୍ଛାସେବୀମାନେ ଫୁଲବାଣୀରେ ଭୋକିଲା ଗୋରୁ ଗାଈ, କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି ।

ଅସହାୟ ପଶୁପକ୍ଷୀଙ୍କ ଭୋକ ବୁଝିଲେ କନ୍ଧମାଳର ସ୍ବେଚ୍ଛାସେବୀ

ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସ୍ବେଛାସେବୀ ମାନେ ବୁଲି ବୁଲି ବିଭିନ୍ନ ଛକ ଓ ସାହିରେ ଭୋକିଲା ପଶୁପକ୍ଷୀଙ୍କୁ ଖାଦ୍ୟ ଦେଉଛନ୍ତି । ବିଭିନ୍ନ ସ୍ଥାନରୁ ଓ ଲୋକଙ୍କଠାରୁ ସଂଗ୍ରହ କରି ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି । ଲାକଡାଉନ ଶେଷ ଯାଏଁ ଏପରି କରିବାକୁ ସେମାନେ ପଣ ନେଇଥିବା ପ୍ରକାଶ କରିଛନ୍ତି ।

ସେପଟେ ଜିଲ୍ଲା ପ୍ରଶାସନ ଏହି ସ୍ବେଛାସେବୀଙ୍କୁ ବିଭିନ୍ନ ଜନହିତ କାମରେ ଲଗାଇବାକୁ ଚିନ୍ତା କରୁଛି । ତେବେ ପଶୁପକ୍ଷୀ ହୁଅନ୍ତୁ ଅବା ମଣିଷ, ଭୋକିଲା ପେଟରେ ଦାନା ଗଣ୍ଡେ ଦେଇ ଏପରି ବିଷମ ପରିସ୍ଥିତିରେ ମଣିଷପଣିଆର ପରିଚୟ ଦେଉଛନ୍ତି ଏମାନେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 10, 2020, 11:26 AM IST

ABOUT THE AUTHOR

...view details