ଫୁଲବାଣୀ: କୋଭିଡ ନିୟମକୁ ଫୁ । କୋରୋନା ମହାମାରୀ ସବୁଠି ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ଖୋଦ ସରକାରୀ କାର୍ଯ୍ୟକ୍ରମରେ ନିୟମାବଳୀକୁ ମାନୁନାହାଁନ୍ତି କର୍ମଚାରୀ। ଶତାଧିକ ଲୋକଙ୍କୁ ଏକାଠି କରି ବିନା ସାମାଜିକ ଦୂରତାରେ ବଣ୍ଟା ଯାଉଛି ଚାଉଳ।
ସାମାଜିକ ଦୂରତା ପାଲଟିଲା ପ୍ରହସନ, ଶତାଧିକ ଲୋକଙ୍କୁ ଏକାଠି କରି ବଣ୍ଟାହେଲା ଚାଉଳ - social distance become joke
ଫୁଲବାଣୀ ନଦୀଖଣ୍ଡି ସାହିରେ କୋରୋନା କଟକଣାକୁ ଖୁଲମଖୁଲା ଉଲ୍ଲଂଘନ । ସରକାରୀ ନିୟମ ମୁତାବକ ଆସନ୍ତା 3 ମାସର ଚାଉଳ ଲୋକଙ୍କୁ ବଣ୍ଟନ କରାଯାଉଛି। ତେବେ କୋରୋନା ମହାମାରୀ ସ୍ଥିତିରେ ଜିଲ୍ଲା ପ୍ରଶାସନ କଡା଼ ନିର୍ଦେଶ ଜାରି କରିଛନ୍ତି ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବା ପାଇଁ। କିନ୍ତୁ 6 ଫୁଟ ଦୂରତା ତ ଦୂରର କଥା ଫୁଟେ ଦୂରତା ସହିତ ଶତାଧିକ ଏକାଠି ହୋଇଥିଲେ।
![ସାମାଜିକ ଦୂରତା ପାଲଟିଲା ପ୍ରହସନ, ଶତାଧିକ ଲୋକଙ୍କୁ ଏକାଠି କରି ବଣ୍ଟାହେଲା ଚାଉଳ rice distributed to hundreds of people](https://etvbharatimages.akamaized.net/etvbharat/prod-images/768-512-7991174-thumbnail-3x2-social-distance.jpg)
rice distributed to hundreds of people
ସାମାଜିକ ଦୂରତା ପାଲଟିଲା ପ୍ରହସନ, ଶତାଧିକ ଲୋକଙ୍କୁ ଏକାଠି କରି ବଣ୍ଟାହେଲା ଚାଉଳ
ଜିଲ୍ଲା ଯୋଗାଣ ବିଭାଗ ଓ ମୈତ୍ରୀ ତରଫରୁ ବଣ୍ଟାଯାଉଛି ଚାଉଳ। ଏପରିକି ଲୋକଙ୍କୁ ଟୋକନ ଦିଆଯାଇଛି। କିନ୍ତୁ ଅନାବଶ୍ୟକ ଭାବେ ଲୋକେ ଗହଳି କରୁଥିବା ବେଳେ କୋଭିଡ ନିୟମ ନମାନି ବିପଦକୁ ଡାକୁଛନ୍ତି। ସରକାରୀ ସଂସ୍ଥା ନିୟମ ଅମାନ୍ୟ କଲେ ସାଧାରଣ ଲୋକଙ୍କୁ ଆଉ କାହିଁକି ତାଗିଦ କରିବେ ବୋଲି ଚର୍ଚ୍ଚା କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ