ଫୁଲବାଣୀ:ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ । ଆନ୍ଧ୍ର ସରକାରଙ୍କୁ ବାରମ୍ବାର ତାଗିଦ ସତ୍ତ୍ବେ ଓଡ଼ିଶାବାସୀଙ୍କୁ ସେବା ଯୋଗାଉଛି ପଡ଼ୋଶୀ ରାଜ୍ୟର ସରକାର । ଏବେ ଓଡ଼ିଶାକୁ ଆନ୍ଧ୍ରରୁ ଚୋରା କ୍ଷୀର ପ୍ୟାକେଟ ଆସୁଥିବା ସୂଚନା ମିଳିଛି । ପ୍ୟାକେଟ ଉପରେ ଜଗମୋହନ ରେଡ୍ଡୀଙ୍କ ଚିତ୍ର ଥିବାବେଳେ 'ବିଜୟ ଭାଜର' ନାମକ କ୍ଷୀର ପ୍ୟାକେଟ କନ୍ଧମାଳ ଜିଲ୍ଲାର କୋଟଗଡ଼ ମାର୍କେଟରେ ମିଳୁଛି ।
କୋଟିଆ ପରେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକା ଏବେ ଆନ୍ଧ୍ର କ୍ଷୀର ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ରରୁ ଆସୁଥିବା ଏହି କ୍ଷୀର ପ୍ୟାକେଟ ଉପରେ ରହିଛି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଆନ୍ଧ୍ର ସରକାରଙ୍କ ଲୋଗୋ (Logo of Andhra Govt.) । ଏହା ବିକ୍ରି ପାଇଁ ନୁହେଁ କିନ୍ତୁ ଅବାଧରେ ଚାଲିଛି ଏହି କ୍ଷୀର ବିକ୍ରି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ ଚିତ୍ର ଥିବା 'ବିଜୟ ଭାଜର' ନାମକ କ୍ଷୀର ପ୍ୟାକେଟ୍ ଆନ୍ଧ୍ରରେ ହିଁ ବିକ୍ରି ହେବା କଥା । ହେଲେ ଓଡ଼ିଶାରେ କେମିତି ବିକା ଯାଉଛି ତାହା ଏବେ ପ୍ରଶ୍ନ ଉଠିଛି ।