ଓଡିଶା

odisha

ETV Bharat / state

କନ୍ଧମାଳ ଜିଲ୍ଲାରେ ସଟଡାଉନକୁ ଦୁଇଦିନ ବୃଦ୍ଧି କଲା ପ୍ରଶାସନ - କନ୍ଧମାଳରେ ସଟଡାଉନକୁ ଦୁଇଦିନ ବୃଦ୍ଧି କଲା ପ୍ରଶାସନ

କୋରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲ୍ଲାକୁ ଆସନ୍ତା ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଶନିବାର ରବିବାର ସହିତ ଆସନ୍ତା ଦୁଇ ଦିନକୁ ସଟଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କନ୍ଧମାଳ ଜିଲ୍ଲାରେ ସଟଡାଉନକୁ ଦୁଇଦିନ ବୃଦ୍ଧି କଲା ପ୍ରଶାସନ
କନ୍ଧମାଳ ଜିଲ୍ଲାରେ ସଟଡାଉନକୁ ଦୁଇଦିନ ବୃଦ୍ଧି କଲା ପ୍ରଶାସନ

By

Published : Jul 27, 2020, 3:20 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାକୁ ଆସନ୍ତା ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ । ଶନିବାର ରବିବାର ସହିତ ଆସନ୍ତା ଦୁଇ ଦିନକୁ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନେଇଛି ନିଷ୍ପତ୍ତି ।

କନ୍ଧମାଳ ଜିଲ୍ଲାରେ ସଟଡାଉନକୁ ଦୁଇଦିନ ବୃଦ୍ଧି କଲା ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ସଟ ଡାଉନ ଘୋଷଣା କରାଯାଇଛି। ଜିଲାର ଅନେକ ଅଞ୍ଚଳରେ ସଂକ୍ରମଣ ବଢିବା ପରେ ଏପରି ପଦକ୍ଷେପ ନେଇଛନ୍ତି ଜିଲା ପ୍ରଶାସନ । ଜିଲ୍ଲାରେ 350 ଡେଇଁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢୁଛି । ଜିଲ୍ଲାରେ ସୁପର ସ୍ରେଡ଼ରଙ୍କ ଯୋଗୁଁ ସଂକ୍ରମଣ ଲଗାତାର ବଢୁଛି । ଏହାରି ମଧ୍ୟରେ 4 ଜଣ କୋରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।

ସଟଡାଉନ ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ସାଧାରଣ ଜୀବନ ଯାବନ ଠପ ହୋଇଯାଇଛି । ତେବେ ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପହଞ୍ଚିବା ବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details