ଓଡିଶା

odisha

ETV Bharat / state

ବିବାହର ପ୍ରଲୋଭନ ଦେଖାଇ ଡାକ୍ତରାଣୀଙ୍କୁ ଧୋକା, ଥାନାରେ ଏତଲା - ଡାକ୍ତରାଣୀଙ୍କୁ ପ୍ରତାରଣା

ପ୍ରେମ ଫାସରେ ଛନ୍ଦିବା ପରେ ଧୋକା ଦେଲା ପ୍ରେମିକ । ଏବେ ନ୍ୟାୟ ଦାବିରେ ଥାନାରେ ପୀଡିତା । ତେବେ ଘଟଣାଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ହୋଇଥିବାବେଳେ ପ୍ରୋଗ୍ରାମ୍ ଅଫିସର ଧୋକା ଦେଇଛନ୍ତି ଡାକ୍ତରାଣୀଙ୍କୁ । ଅଧିକ ଖବର ପଢନ୍ତୁ...

ବିବାହର ପ୍ରଲୋଭନ ଦେଖାଇ ଡାକ୍ତରାଣୀଙ୍କୁ ପ୍ରତାରଣା, ଥାନାରେ ପୀଡିତା

By

Published : Oct 23, 2019, 11:22 PM IST

ଫୁଲବାଣୀ: ପୁଣି ଲଭ୍ ସେକ୍ସ ଧୋକା । ଏବେ ଡାକ୍ତରାଣୀ ଏହାର ଶିକାର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୀମନବାଡି ମେଡିକାଲର ଜଣେ ଡାକ୍ତରାଣୀଙ୍କୁ ପ୍ରତାରଣା । ପ୍ରେମ ପରେ ସମ୍ପର୍କ ରଖିବା ଏବଂ ଧୋକା ଦେଇ ଫେରାର୍ ହୋଇଛନ୍ତି ମେଡିକାଲର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଡାକ୍ତରାଣୀ ।

ବିବାହର ପ୍ରଲୋଭନ ଦେଖାଇ ଡାକ୍ତରାଣୀଙ୍କୁ ପ୍ରତାରଣା, ଥାନାରେ ପୀଡିତା

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଚାଞ୍ଚଲ୍ୟ । ପ୍ରେମ ପରେ ଧୋକାଦେଇ ଧୋକାବାଜ୍ ପ୍ରେମିକ ଫେରାର୍ । ପୀଡିତା ଦାରିଙ୍ଗବାଡି ଥାନାର ଦ୍ବାରସ୍ଥ । ସୂଚନା ଅନୁସାରେ ଗତ କିଛିଦିନ ଧରି ଦାରିଙ୍ଗବାଡି ବ୍ଲକ୍ ପ୍ରୋଗ୍ରାମ ଅଫିସରଙ୍କ ସହ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରାଣୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରତିଶୃତି ଦେଇ ସମ୍ପୃକ ବ୍ଲକ ପ୍ରୋଗ୍ରାମ୍ ଅଫିସର(ଅମୂଲ୍ୟ ପାଣିଗ୍ରାହୀ) ଧୋକା ଦେବାରୁ ନ୍ୟାୟପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପିଡୀତା ।

ସେପଟେ ଅଭିଯୋଗ ପ୍ରକାରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅଭିଯୁକ୍ତ ବର୍ତ୍ତମାନ ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଥାନାରେ 105/19ରେ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଡିଏସପି ଡିପିଆର ପଟ୍ଟନାୟକ। ପ୍ରେମ ପ୍ରତାରଣା ନାଁ ଅନ୍ୟ କିଛି ରହିଛି ସେ ଦିଗରେ ସସପେନ୍ସ ଲାଗିରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details