ଫୁଲବାଣୀ:ଫୁଲବାଣୀର ଭେଟଖୋଲ ଘାଟି ବୁଲାଣିଆ ରାସ୍ତାରେ ମୁହାଁମୁହିଁ ହେଲେ ଯାତ୍ରୀବାହୀ ବସ ଓ ହାଇୱା । ଫଳରେ ବସରେ ଥିବା 15ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ହାଇୱା ସହ OSRTC ବସ ମୁହାଁମୁହିଁ ଧକ୍କା, 15 ଆହତ - kandhamal osrtc bus accident
ଆସ୍କାରୁ ବନ୍ଦବାଲ OSRTC ଯାତ୍ରୀବାହି ବସ ସହ ଧକ୍କା ହେଲା ହାଇୱା । ଫଳରେ 15 ଜଣ ଆହତ ହୋଇଛନ୍ତି । ଏଥିରେ 5ଜଣ ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ
ଟ୍ରକ ସହ OSRTC ବସର ମୁହାଁମୁହିଁ ଧକ୍କା , 5 ଗୁରୁତର
ସୂଚନାଅନୁସାରେ, ଆସ୍କାରୁ ବନ୍ଦବାଲ OSRTC ବସ୍ ଯାଉଥିବା ବେଳେ ଫୁଲବାଣୀର ଭେଟଖୋଲ ଘାଟି ବୁଲାଣିଆ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଖବର ପାଇ ଫୁଲବାଣୀ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି । ଏଥିସହ ବସରେ ଥିବା ଅନ୍ୟ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ସୁରକ୍ଷିତ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଏନେଇ ବର୍ତ୍ତମାନ ସଦର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ଇଟିଭି ଭାରତ, କନ୍ଧମାଳ
Last Updated : Aug 5, 2022, 8:30 AM IST