ଓଡିଶା

odisha

ETV Bharat / state

ଖରା ତାତିରୁ ବଳିଗଲାଣି ଜଳକଷ୍ଟ, ପାଣି ଲାଗି କଲବଲ ୭୦ ପରିବାର

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଖରା ତାତିରେ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ । ତେବେ ଖରା ବଢିବା ସାଙ୍ଗରେେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଅଧିକ ପଢନ୍ତୁ

By

Published : May 2, 2022, 3:48 PM IST

ଖରା ତାତିରୁ ବଳିଗଲାଣି ଜଳକଷ୍ଟ,  ପାଣି ଲାଗି କଲବଲ ୭୦ ପରିବାର
ଖରା ତାତିରୁ ବଳିଗଲାଣି ଜଳକଷ୍ଟ, ପାଣି ଲାଗି କଲବଲ ୭୦ ପରିବାର

ଫୁଲବାଣୀ:ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଖରା ତାତିରୁ ରକ୍ଷା ପାଇବା ଲାଗି ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ । ସେପଟେ ଖରା ସାଙ୍ଗକୁ ପ୍ରାୟ ଗାଁ ଗାଁରେ ଉତ୍କଟ ଜଳକଷ୍ଟ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି ।

ଖରା ତାତିରୁ ବଳିଗଲାଣି ଜଳକଷ୍ଟ, ପାଣି ଲାଗି କଲବଲ ୭୦ ପରିବାର

ତେବେ ଖରା ବଢିବା ସାଙ୍ଗରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ତିଲୋରୀ ଗ୍ରାମପଞ୍ଚାୟତର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ଅରାକାମ୍ବା ଗ୍ରାମରେ ପାଣି ଲୋକେ ଏବେ ଡହଳ ବିକଳ ପରିସ୍ଥିତି ଦେଖିବାକୁ ମିଳିଛି । ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୭୦ରୁ ଊର୍ଦ୍ଧ୍ବ ପରିବାରରେ ୩ ଶହରୁ ଊର୍ଦ୍ଧ୍ବ ଲୋକେ ବସବାସ ରହୁଛନ୍ତି ।

ମାତ୍ର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଏହି ଅରାକାମ୍ବା ଗ୍ରାମବାସୀ । ବର୍ଷ ବର୍ଷ ଧରି ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଯାବତ୍ କୌଣସି ସମାଧାନ ହୋଇ ପାରିନାହିଁ । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଫଳରେ ବାଧ୍ୟ ହୋଇ ଏହି ଗ୍ରାମବାସୀ ଗାଁ ନିକଟସ୍ଥ ଗୁମାଡ଼ି ନଦୀ, ନାଳ ଓ ଚୁଆର ଦୂଷିତ ଜଳ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ଗାଁରେ ଥିବା ଏକମାତ୍ର ନଳକୂପରୁ ଗୋଳିଆ ପାଣି ଆସୁଥିବା ବେଳେ ଗାଁରେ ଏକମାତ୍ର କୂଅ ଖରା ଦିନେ ଶୁଖି ଯାଉଥିବା ଯୋଗୁଁ ଗ୍ରାମବାସୀ ବାଧ୍ୟ ହୋଇ ଗାଁ ଠାରୁ ଦୂରରେ ଥିବା ନଦୀର ପାଣିକୁ ଛାଣି ଆଣି ତାହାକୁ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏଠାରେ ଫେଲ ମାରିଛି । ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଇଛାଶକ୍ତି ଅଭାବରୁ ନିରୀହ ଆଦିବାସୀ ଅଞ୍ଚଳବାସୀ ଏଭଳି ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details