ଓଡିଶା

odisha

ETV Bharat / state

କନ୍ଧମାଳରେ ମନ୍ଦିର ହୁଣ୍ଡି ଭାଙ୍ଗି ଦାନ ଟଙ୍କା ସହ ଅଳଙ୍କାର ଲୁଟ୍

କନ୍ଧମାଳ ଜିଲ୍ଲା ବାଲିଗୁଡା ମନ୍ଦିର ହୁଣ୍ଡି ଭାଙ୍ଗି ଦାନ ଟଙ୍କା ସହ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ପୋଲିସର ଛାନଭିନ୍ ଜାରି । ଅଧିକ ପଢନ୍ତୁ...

କନ୍ଧମାଳରେ ମନ୍ଦିର ହୁଣ୍ଡି ଭାଙ୍ଗି ଦାନଟଙ୍କା ସହ ଅଳଙ୍କାର ଲୁଟ୍
କନ୍ଧମାଳରେ ମନ୍ଦିର ହୁଣ୍ଡି ଭାଙ୍ଗି ଦାନଟଙ୍କା ସହ ଅଳଙ୍କାର ଲୁଟ୍

By

Published : Feb 27, 2021, 8:47 PM IST

Updated : Feb 27, 2021, 9:58 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବିଭିନ୍ନ ମନ୍ଦିରରୁ ସିରିଜ ଚୋରି । ଶ୍ରୀଜଗନ୍ନାଥ ମନ୍ଦିର ଓ ଦକ୍ଷିଣକାଳୀ ମନ୍ଦିରରୁ ହୋଇଛି ଚୋରି । ହୁଣ୍ଡି ଓ ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି । ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଏକକାଳୀନ ଚୋରି ହୋଇଛି । ପୋଲିସର ତଦନ୍ତ ଜାରି ।

କନ୍ଧମାଳରେ ମନ୍ଦିର ହୁଣ୍ଡି ଭାଙ୍ଗି ଦାନ ଟଙ୍କା ସହ ଅଳଙ୍କାର ଲୁଟ୍


କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିର ଓ ମା' ଦକ୍ଷିଣକାଳୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି । ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବାବେଳେ ମା' ଦକ୍ଷିଣକାଳୀ ମନ୍ଦିରରୁ ମା'ଙ୍କ ଅଳଙ୍କାର ଚୋରି ହୋଇଛି । ଅଭିଯୋଗ ପାଇ ବାଲିଗୁଡ଼ା ପୋଲିସ ମନ୍ଦିରରେ ପହଁଚି ଛାନଭିନ୍ ଆରମ୍ଭ କରିଛି । ଦକ୍ଷିଣକାଳୀ ମନ୍ଦିରରେ ସିସିଟିଭି ନଥିବାବେଳେ ଜଗନ୍ନାଥ ମନ୍ଦିରରେ ସିସିଟିଭି ଫୁଟେଜକୁ ନେଇ ଯାଞ୍ଚ କରୁଛି ପୋଲିସ ।

ପ୍ରାଥମିକ ତଦନ୍ତରୁ ଦୁଇଟି ଯାକ ମନ୍ଦିରରୁ ରାତି ପ୍ରାୟ ୧୨.୩୦ ରୁ ୨.୩୦ ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଚୋରି ଜିନିଷର ମୂଲ୍ୟ ଆକଳନ ହୋଇନାହିଁ । ତେବେ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା କୁହାଯାଉଛି । ଅନ୍ୟପଟେ ଫୁଲବାଣୀ ସାଇଣ୍ଟିଫିକ ଟିମ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Feb 27, 2021, 9:58 PM IST

ABOUT THE AUTHOR

...view details