ଓଡିଶା

odisha

ETV Bharat / state

ସୋମବାର ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - security tighten for cm visit

ଆସନ୍ତାକାଲି (ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରିବେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି

By

Published : Nov 21, 2021, 7:40 PM IST

ଫୁଲବାଣୀ: ଆସନ୍ତାକାଲି(ସୋମବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହି ଅବସରରେ ଜିଲ୍ଲାବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ 3ଶହ କୋଟି ଟଙ୍କା ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି

ସୋମବାର ଫୁଲବାଣୀ ମିନି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ସଭାସ୍ଥଳରେ ଯୋଗ ଦେବେ । ଦିନ 11ଟା ବେଳେ ସେ ଷ୍ଟାଡିୟମରେ ପହଞ୍ଚିବେ । 11ଟା 30 ମିନିଟରୁ 12ଟା 25 ମିନିଟ ଭିତରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟିବା ସହ ଅନ୍ୟ କାର୍ଯ୍ୟ ଶେଷ କରି ଫେରିଯିବେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲାର 1ଲକ୍ଷ 67 ହଜାର ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ କରାଯିବ ।

ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଆଗୁଆ ତଦାରଖ କରିଛନ୍ତି । କନ୍ଧମାଳ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ 8ଜଣ ମନ୍ତ୍ରୀ ଯୋଗ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ 13 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲାର DSP, ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର, ASI, SOG ଟିମ, DVF, CRPF ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । କିଛି ସାଧା ପୋଷାକଧାରୀ ପୋଲିସ ଓ ଗୁଇନ୍ଦା ବିଭାଗ ଅଧିକାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details