ଓଡିଶା

odisha

ETV Bharat / state

ରୋକିବ ଅନ୍ଧବିଶ୍ବାସ; ଫୁଲବାଣୀରେ ଖୋଲିଲା ସାଇନ୍ସ ପାର୍କ - ଫୁଲବାଣୀରେ ଖୋଲିଲା ସାଇନ୍ସ ପାର୍କ

ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଶନିବାର ଫୁଲବାଣୀରେ ସାଇନ୍ସ ପାର୍କର ଉଦଘାଟନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Nov 17, 2019, 7:42 PM IST

ଫୁଲବାଣୀ: ଉଦଘାଟିତ ହେଲା ସାଇନ୍ସ ପାର୍କ । ସଦର ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏହି ସାଇନ୍ସ ପାର୍କର ଉଦଘାଟନ ହୋଇଛି ।

ତେବେ ଜିଲ୍ଲାରେ ଅନେକ ଗୁଣି ଗାରେଡି ଓ ଅନ୍ଧବିଶ୍ବାସ ଭରି ରହିଥିବା ବେଳେ ବିଜ୍ଞାନ ଦ୍ବାରା ଲୋକେ ଅଧିକ ସଚେତନ ହେବେ ବୋଲି ବିଧାୟକ ମତ ଦେଇଛନ୍ତି । ଏପରି ପାର୍କ ବାଲିଗୁଡା ଓ ଉଦୟଗିରିରେ ମଧ୍ୟ ଖୋଲିବା ଦରକାର ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏପଟେ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲାଯାଇ ଥିବାରୁ ସମସ୍ତେ ଉତ୍ସାହିତ ଥିବାବେଳେ ମୁଖ୍ୟତଃ ଛାତ୍ରଛାତ୍ରୀମାନେ ବିନା ଦେୟରେ ସାଇନ୍ସ ପାର୍କ ବୁଲିଥିଲେ। ତେବେ ପାର୍କ ଦେଖିବା ପାଇଁ ଜଣକ ପିଛା 8 ଟଙ୍କା ଟିକେଟ ରଖାଯାଇଛି। ଏହି ଅବସରରେ ବିଧାୟକଙ୍କ ସମେତ ଜିଲ୍ଲାପାଳ ଡ. ବୃନ୍ଦା ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଓ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details