ଓଡିଶା

odisha

ETV Bharat / state

ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା - ସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ 10ମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଏନେଇ ଘଟଣାର ଅନୁସନ୍ଧାନ କରୁଛି ପୋଲିସ । ଅଧିକ ପଢନ୍ତୁ

school student death
school student death

By

Published : Jan 13, 2023, 1:00 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ । ଜଣେ 10ମ ଶ୍ରେଣୀର ଛାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଘଟଣାର ଅନୁସନ୍ଧାନ କରୁଛି ବ୍ରାହ୍ମଣି ଗାଁ ପୋଲିସ ।

ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଦଶମ ଶ୍ରେଣୀ ଛାତ୍ରୀର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲ ରହି ୧୦ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ସୁନେଲି ମାଝୀଙ୍କ ନିଜ ଘର ଝିଞ୍ଜିରିଗୁଡ଼ା ପଞ୍ଚାୟତର ଗୁମାଣ୍ଡି ଗ୍ରାମ ବୋଲି ଜଣାପଡିଛି ।

ସୂଚନା ମୁତାବକ, ସୋମବାର ଦିନ ସୁନେଲିଙ୍କୁ ଜ୍ୱର ହୋଇ ଗୋଡ଼ ହାତ ବିନ୍ଧିଥିଲା । ସ୍ୱାସ୍ଥ୍ୟ ଅସୁସ୍ଥ ଥିବା ଖବର ଜାଣି ପାରି ଦାୟିତ୍ୱରେ ଥିବା ରୋଷେୟା ମାନେ ମଙ୍ଗଳବାର ଦିନ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ହେଲେ ଅଧିକ ଚିକିତ୍ସା ପାଇଁ ବଡ ମେଡିକାଲକୁ ନ ନେଇ ଗୁରୁତର ଅବସ୍ଥାରେ ହଷ୍ଟେଲରେ ପକେଇ ରଖିଥିଲେ । ଯାହାରି ଫଳରେ ବୁଧବାର ସକାଳେ ସୁନେଲି ମାଝୀ ଅଧିକ ଦୁର୍ବଳ ହୋଇ ପଡ଼ିବାରୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ଏନେଇ ସ୍ଥାନୀୟ ଥାନା ଅଧିକାରୀ ଚାପଧାରି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁର ତନାଘନା ଜାରି ରଖି କେସ ନମ୍ୱର୍ ୧/୨୦୨୩ ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି । ହେଲେ ଝିଅର ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ତଦନ୍ତ ଦାବି କରିବା ସହ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details