ଓଡିଶା

odisha

ETV Bharat / state

ସାରଙ୍ଗଗଡ ଖଟିଆରେ ରୋଗୀବୁହା ଘଟଣା: 2 ନିଲମ୍ବିତ - staff nurse

କନ୍ଧମାଳ ସାରଙ୍ଗଗଡ ମହାପ୍ରୟାଣ ଗାଡି ନ ଦେବା ଓ ରୋଗୀକୁ ଖଟିଆରେ ବୁହା ଘଟଣାରେ 2 ଜଣଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏଥିସହ 2 ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

By

Published : Jul 3, 2019, 10:48 PM IST

ଫୁଲବାଣୀ: ସାରଙ୍ଗଗଡ ମେଡିକାଲରୁ ମହାପ୍ରୟାଣ ଗାଡି ନ ଦେବା ଓ ବଣ୍ଡଗୁଡା ଗାଁର ରୋଗୀକୁ ଖଟିଆରେ ବୁହା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ମେଡିକାଲର ଷ୍ଟାପନର୍ସ ଦିପ୍ତୀ ରେଖା ବିଷୋୟୀ ଓ ଆଟେଡାଣ୍ଟ ସୁନିତା ରଣାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ସିଡିଏମଓ । ଏଥିସହ କେ.ନୂଆଗାଁ ମେଡିକାଲର ଡାକ୍ତର ରାକେଶ ବେହେରାଙ୍କୁ ଏବଂ ସାରଙ୍ଗଗଡ ମେଡିକାଲର ଡାକ୍ତର ଅମିତ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସିଡିଏମଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଖାଲି ସେତିକି ନୁହେଁ ଆସନ୍ତାକାଲି(ଗୁରୁବାର) 2ଟା ସୁଦ୍ଧା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି କୈଫିୟତ ତଲବ କରିଛନ୍ତି । ତେବେ ବାଲିଗୁଡା ଏସଡିଏମଓ ଉମାଶଙ୍କର ମିଶ୍ରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୋଟେ ପଟେ ମୃତଦେହକୁ ନେବା ପାଇଁ ସରକାର କଡା ନିର୍ଦ୍ଦେଶ ଥିବାବେଳେ ଏହାକୁ ଖୋଲାଖୋଲି ଉଲଂଘନ କରିଥିଲେ ମେଡିକାଲ କର୍ତ୍ତୃପକ୍ଷ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details