ଫୁଲବାଣୀ :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ l ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ୨୦୨୧ ମସିହାରେ ବିଶ୍ୱ ବିଦ୍ୟାଳୟସ୍ତରୀୟ (ଏମ୍ଏଇନପଲିଟିକାଲ ସାଇନ୍ସ) ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱ ବିଦ୍ୟାଳୟସ୍ତରରେ ସ୍ଵର୍ଣ୍ଣପଦକ ହାସଲ କରି କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରିପାରିଛନ୍ତି ।
ସେ ତାଙ୍କ ଯୋଗ୍ୟତା ପାଇଁ ବିଶ୍ଵ ବିଦ୍ୟାଳୟସ୍ତରୀୟ ସ୍ୱର୍ଣ୍ଣପଦକ ହାସଲ କରିବା ସହ ସୋନାଲି ଦେଓ ମେମୋରିଆଲ ଓ ଗଗନ ବିହାରୀ ଚାନ୍ଦ ମେମୋରିଆଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ବନମାଳୀ ପଟ୍ଟନାୟକ ଅର୍ଥ ରାଶି ପୁରସ୍କାର ପାଇଛନ୍ତି । ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଏମକେସିଜି ଅଡିଟୋରିୟମରେ ଆୟୋଜିତ ୫୧ ତମ ସମାଵର୍ତ୍ତନ ଉତ୍ସବରେ ଦାରିଙ୍ଗବାଡ଼ିର ଏହି ଛାତ୍ରୀ ଜଣଙ୍କର ସବୁଠାରୁ ଅଧିକ ମାର୍କ ଥିବା ହେତୁ ଏହି ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି ।