ଓଡିଶା

odisha

ETV Bharat / state

କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ । ଦୁର୍ନୀତିର କଳାଛାଇ ଲୁଚାଇବାକୁ ଯାଇ ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ନିର୍ମମ ହତ୍ୟା । ଅଧିକ ଖବର ପଢନ୍ତୁ...

By

Published : Dec 10, 2019, 11:31 AM IST

କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା
କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ । ଦୁର୍ନୀତିର କଳାଛାଇ ଲୁଚାଇବାକୁ ଯାଇ ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ନିର୍ମମ ହତ୍ୟା । ଜିଲ୍ଲାର ବାଲିଗୁଡ଼ା ସହର ପାତ୍ର ସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରାଯାଇଛି । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆଜି ସକାଳେ ଅଭିମନ୍ୟୁଙ୍କୁ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଦୁଇ ରାଉଣ୍ଡ ଗୁଳି କରିବା ପରେ ଅଭିମନ୍ୟୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

ସେପଟେ ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି 2 ଟି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ । ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାଶ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି ।

ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ହତ୍ୟା କରାଯାଇଛି ସୂଚନା ଅଧିକାର କର୍ମୀଙ୍କୁ । ତେବେ ଏହି ଘଟଣା ପ୍ରଥମେ ନୁହେଁ ପୂର୍ବରୁ ଅନ୍ୟ ଦୁଇଟି ଆକ୍ରମଣ ହୋଇଥିବା ଖବର ରହିଛି ।

ଏସପି ପ୍ରତୀକ ସିଂ ଓ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍ ଟିମ୍ ବାଲିଗୁଡାରେ ପହଞ୍ଚିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details