କନ୍ଧମାଳ: ବାଲିଗୁଡାର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ଡିସେମ୍ବର 29ରେ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହି ହତ୍ୟାକାଣ୍ଡ ପାଇଁ ବଡ ଷଡ଼ଯନ୍ତ୍ର ରଚାଯାଇଥିବା ନେଇ ସୂଚନା ଦେଇଥିଲେ ଏସପି। ଏହି ଚର୍ଚ୍ଚିତ ହତ୍ୟାକାଣ୍ଡକୁ ଆଜି ଠିକ ଏକ ମାସ ପୁରିଥିବାବେଳେ ଏବେ ମଧ୍ୟ ଫେରାର ଅଛି ମୁଖ୍ୟ ଅଭିଯୁକ୍ତ।
ଏହି ବହୁଚର୍ଚ୍ଚିତ ମାମଲାରେ ଷଡ଼ଯନ୍ତ୍ର ରଚିଥିବା ମୁଖ୍ୟ ଅପରାଧି ଏବେ ମଧ୍ୟ ପୋଲିସ ପଞ୍ଝାରୁ ଦୂରରେ ବୋଲି ଚର୍ଚ୍ଚା ହେଉଛି। ଆଜି ମଧ୍ୟ ସେହି ଖିଅକୁ ଧରି ପାରୁନାହିଁ ପୋଲିସ। ଏନେଇ ଅଭିଯୋଗ କରିଛନ୍ତି ବିଭିନ୍ନ ଜନ ସଙ୍ଗଠନ। ପୋଲିସ କିନ୍ତୁ କୌଣସି ସୂଚନା ଦେଉନାହିଁ। ଫଳରେ ଏହି ମାମଲା ଅଧିକ ରହସ୍ୟମୟ ହୋଇଯାଉଛି।