ଓଡିଶା

odisha

ETV Bharat / state

ଆସୁଛି ସାଧାରଣତନ୍ତ୍ର ଦିବସ, କନ୍ଧମାଳରେ ପ୍ରସ୍ତୁତି ବୈଠକ ଆୟୋଜିତ - କନ୍ଧମାଳରେ ଗଣତନ୍ତ୍ର ଦିବସ

ଆଗକୁ ଆସୁଛି ଗଣତନ୍ତ୍ର ଦିବସ। ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ସୁରକ୍ଷିତ ଭାବେ ଏହି ଉତ୍ସବ ପାଳନ ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ।

Republic day Preparatory meeting, republic day in kandhamal, kandhamal latest news, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ଗଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ଆସୁଛି ଗଣତନ୍ତ୍ର ଦିବସ, କନ୍ଧମାଳରେ ପ୍ରସ୍ତୁତି ବୈଠକ ଆୟୋଜିତ

By

Published : Jan 4, 2020, 9:01 PM IST

ଫୁଲବାଣୀ: ଆଗକୁ ଆସୁଛି ସାଧାରଣଣତନ୍ତ୍ର ଦିବସ। ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ ସୁରକ୍ଷିତ ଭାବେ ଏହି ଉତ୍ସବ ପାଳନ ଉପରେ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ଶନିବାର ଏନେଇ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିବା ବେଳେ ସପ୍ତାହେ ପରେ ଜିଲ୍ଲାପାଳ ପୁଣି ସମୀକ୍ଷା କରିବା ନେଇ ସୂଚନା ରହିଛି।

ସୂଚନା ମୁତାବକ ସାଧାରଣତନ୍ତ୍ର ରାଜ୍ୟ ଦିବସରେ ଫୁଲବାଣୀରେ ଜିଲ୍ଲାସ୍ତରୀୟ ଓ ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଉତ୍ସବ ପାଳନ ହେବା ନେଇ ନିଷ୍ପତ୍ତି ହୋଇଛି । ଶନିବାର ଏଥିପାଇଁ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲାର ସମସ୍ତ ଅଧିକାରୀ, ବିଭିନ୍ନ ସଙ୍ଗଠନର ପ୍ରତିନିଧି, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ।

ଆସୁଛି ଗଣତନ୍ତ୍ର ଦିବସ, କନ୍ଧମାଳରେ ପ୍ରସ୍ତୁତି ବୈଠକ ଆୟୋଜିତ

ପୂର୍ବରୁ ଏପରି ଜାତୀୟ ଉତ୍ସବରେ ନକ୍ସଲ ପୋଷ୍ଟର ମାରି ବିରୋଧ ପ୍ରଦର୍ଶନ କରିବା ଦେଖାଯାଇଛି। ତେଣୁ ଚଳିତ ବର୍ଷ ଯଥା ସମୟ ପୂର୍ବରୁ ସମସ୍ତ ବନ୍ଦୋବସ୍ତ କରୁଛି ପ୍ରଶାସନ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details