ଫୁଲବାଣୀ:କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ରାଜସ୍ୱ ଆଦାୟ ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କନ୍ଧମାଳ ଜିଲ୍ଲା ରାଜସ୍ୱ ଆଦାୟ କ୍ଷତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ବିଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଅଧିକ ରାଜସ୍ୱ ଆଦାୟ ହୋଇଛି । 2019-20ରେ 15.04 କୋଟି, 2020-21ରେ 16.06 କୋଟି ଓ 2021-22ରେ 18.42 କୋଟି କନ୍ଧମାଳରେ ରାଜସ୍ୱ ଆଦାୟ ହୋଇଛି । ଲଘୁ ଖଣିଜ ଦ୍ରବ୍ୟରେ 2019-20ରେ 35 ଲକ୍ଷ 34 ହଜାର, 2020-21ରେ 88 ଲକ୍ଷ 32 ହଜାର ହୋଇଥିବା ବେଳେ ଚଳିତ ବର୍ଷ 2021-22ରେ କୋରୋନା କାଳରେ ରେକର୍ଡ ସଂଖ୍ୟକ 1 କୋଟି 69 ଲକ୍ଷ ବିଭିନ୍ନ ତହସିଲଦାରଙ୍କ ଦ୍ଵାରା ବାଲି, ମୋରମ ଚୋରା ଚାଲାଣ ବେଳେ ରାଜସ୍ୱ ଆଦାୟ କରଯାଇଛି ।