ଓଡିଶା

odisha

ETV Bharat / state

ତୁମୁଡିବନ୍ଧ ମେଡିକାଲରେ ଲହଡି ଭାଙ୍ଗୁଛି ପାଣି, ନିରବ ପ୍ରଶାସନ - ତୁମୁଡିବନ୍ଧ ମେଡିକାଲରେ ଲହଡି ଭାଙ୍ଗୁଛି ପାଣି

କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ଥିତି । ଜିଲ୍ଲାର ତୁମୁଡିବନ୍ଧ ମେଡିକାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ଫଳରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Aug 7, 2019, 10:20 PM IST

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଘର ଦ୍ବାର, ରାସ୍ତା ଘାଟ ସବୁଠି ଜଳମୟ । ଆଉ ସବୁଠୁ ବଡ କଥା ହେଉଛି ବର୍ଷା ପାଣିରୁ ବର୍ତ୍ତି ପାରିନି ଜିଲ୍ଲାରେ ଥିବା ତୁମୁଡିବନ୍ଧ ମେଡିକାଲ । ମେଡିକାଲ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ମାରୁଛି । ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଲଘୁଚାପ ବର୍ଷା ପ୍ରଭାବରେ ଚିକିତ୍ସାଳୟ ସମେତ ଆଖପାଖ ଅଞ୍ଚଳରେ ଜଳମୟ ହୋଇଯାଇଛି । ମେଡିକାଲର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ୱାର୍ଡରେ ପସି ଯାଇଛି ପାଣି । ଫଳରେ ରୋଗୀଙ୍କୁ ନାନା ହଇରାଣ ହରକତ ହେବାକୁ ପଡୁଛି । ଖାଲି ସେତିକି ନୁହେଁ ମେଡିକାଲକୁ ଔଷଧ ନେବାକୁ ଆସୁଥିବା ଲୋକେ ମଧ୍ୟ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ମେଡିକାଲ ପାଇଁ ଏହା ନୂଆ କଥା ନୁହେଁ ସାମାନ୍ୟ ବର୍ଷା ହେଲେ ମେଡିକାଲରେ ପାଣି ପଶିଯାଏ । ତେଣୁ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details