ଫୁଲବାଣୀ: ମାଓଗଡ଼ରେ ସୀମା ସୁରକ୍ଷା ବାହିନୀ କ୍ୟାମ୍ପ । ମାଓବାଦୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଜିଲ୍ଲାରେ ମାଓ ଉପଦ୍ରବ ଦିନକୁ ବଢି ଚାଲିଥିବା ବେଳେ ଏଥିରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଯବାନମାନେ ପ୍ରତି ଗାଁରେ ଜନ ସମ୍ପର୍କ ଶିବର କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଗଣପର୍ବ ବଡ଼ଯାତ୍ରା ଆରମ୍ଭ, ଆନ୍ଧ୍ର ପ୍ରଦେଶର ପୋଲେରୁ ଠାରେ ସ୍ନାନଯାତ୍ରା ସାରି ବାହାରିଲେ ଠାକୁର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଭାବେ ବିଏସଫ ସହଯୋଗୀ କମାଣ୍ଡାଣ୍ଟ ତଥା ମେଡ଼ିକାଲ ଅଫିସର ଅଙ୍କୁଶ ରାୱଲ ପରିଚାଳନା କରିଥିଲେ । ଶିବିରରେ ୨୦୫ ଜଣ ପୁରୁଷ, ୧୮୦ ଜଣ ମହିଳା, ୮୫ ଶିଶୁ ଏବଂ ୮୫ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲେ । ଏଥିସହ ଆବଶ୍ୟକ ମେଡିସିନ ପ୍ରଦାନ କରାଯାଇଥିଲା । ଏହି ଶିବିରଟିକୁ ଇନ୍ସପେକ୍ଟର କେ.ଭି ସିଂ ଏବଂ ଜଣେ ନର୍ସ, ୫ ଜଣ ସବାର୍ଡିନେଟ ଅଫିସର, ୨୦ଜଣ ଯବାନଙ୍କ ସହଯୋଗରେ ସୂଚାରୁ ରୂପେ ସମ୍ପାଦନା କରାଯାଇଥିଲା ।