ଫୁଲବାଣୀ :ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଙ୍ଗା ଉପର ସାହି ମାର୍କଲି ଗାଁରୁ ଅସିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜନନୀ ଯନ୍ତ୍ରଣା: ଦୋଳାରେ ବୁହାହେଲେ ଗର୍ଭବତୀ, ଆଖି ବୁଝିଲା ନବଜାତକ ସୂଚନା ଯୋଗ୍ୟ ଯେ, ମାର୍କଲି ଗାଁର ବିରୁପାକ୍ଷ କହଁରଙ୍କ ସ୍ତ୍ରୀ ଚନ୍ଦ୍ରିକାଙ୍କ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇ ନ ଥିଲା । କାରଣ ରାସ୍ତା ଠିକ୍ ନ ଥିବାରୁ ଗାଁକୁ ଆସିନଥିଲା ଆମ୍ବୁଲାନ୍ସ ।
ଶେଷରେ ପରିବାର ଲୋକେ ଦୋଳାରେ ପ୍ରସୂତିଙ୍କୁ ବସାଇ ଅତି ବିପଦସଙ୍କୁଳ ଭାବେ ବାଦେକେତା ଗାଁକୁ ଅଣିଥିଲେ । ସେଠାରୁ ଜନନୀ ସୁରକ୍ଷା ଗାଡିରେ ଫିରିଙ୍ଗିଆ ଡାକ୍ତରଖାନାକୁ ନିଆଯାଇଥିଲା । ତେଵେ ଆମ୍ବୁଲାନ୍ସରେ ହିଁ ପ୍ରସବ କରିଥିଲେ ଗର୍ଭବତୀ । ହେଲେ ନବଜାତକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । ଏ ନେଇ ଡାକ୍ତରଙ୍କୁ ପଚାରିବାରୁ ପ୍ରସବ ପୂର୍ବରୁ ମା ପେଟରେ ଶିଶୁର ମୃତ୍ୟୁ ହୋଇଥିବା କହିଛନ୍ତି । ସେପଟେ ପ୍ରସୂତି ଜଣକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।
ଇଟିଭି ଭାରତ, କନ୍ଧମାଳ