ଫୁଲବାଣୀ:ଜନନୀ ଯଂତ୍ରଣା । ରାସ୍ତା ନ ଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ( pregnent woman carried on cot) । ଏଭଳି ଏକ ହୃଦୟବିତାରକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ତୁମୁଡିବନ୍ଧ ବ୍ଲକ ରୁ ନିଲିଙ୍ଗପଦର ଗ୍ରାମ ପାଖାପାଖି 15 କିମି ଦୂର । 3ଟି ବିଶାଳ ପାହାଡ ଚଢିବା ପରେ ଦେଖାଯାଏ ନିଲିଙ୍ଗପଦର ଗ୍ରାମ । ଶହେ ଦଶନ୍ଧିରୁ ଏହି ଗ୍ରାମକୁ ରାସ୍ତା ସଂଯୋଗ ହୋଇ ନଥିବା ବେଳେ ଯେଉଁଥିପାଇଁ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବା ହେଉ କି ଭତ୍ତା ଆଣିବା । ନିଜର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣିବାକୁ ମଧ୍ୟ ଏମାନଙ୍କୁ କେବଳ ତୁମୁଡିବନ୍ଧ ମୁଖ୍ୟବଜାର ଭରସା । ଆଉ ତୁମୁଡିବନ୍ଧ ଆସିବାକୁ ହେଲେ ଏମାନଙ୍କୁ 4ଗୋଟି ପାହାଡ ଅତିକ୍ରମ କରି ଆସିବାକୁ ପଡୁଛି । ଆଉ ଏହାରି ମଧ୍ୟରେ ସବୁଠୁ ବଡ ସମସ୍ୟା ହେଲା ଏମାନଙ୍କ ସ୍ବାସ୍ଥ୍ୟସେବା କାର୍ଯ୍ୟ ।
ଅନ୍ୟପଟେ ଗ୍ରାମକୁ ରାସ୍ତା ସଂଯୋଗ ନଥିବା ହେତୁ ଏହି ଗ୍ରାମକୁ କୌଣସି ଅଙ୍ଗନବାଡି, ଆଶା କର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସେବିକା ମଧ୍ୟ ଯାଉନାହାନ୍ତି । ଗତ ଦିନରେ ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ରାସ୍ତା ମଞ୍ଜୁର ହେଇଥିଲା । ହେଲେ ବନବିଭାଗ ନିଜର ସଂରକ୍ଷଣ ଅଞ୍ଚଳ କହି ରାସ୍ତା କାମକୁ ବନ୍ଦ କରିଦେଇଛନ୍ତି । ଏନେଇ ନୀଳଙ୍ଗପଦର ଗ୍ରାମର ଚୁମକି ପାଟମାଝୀ ନାମକ ଜଣେ ମହିଳା ତିନି ମାସର ଗର୍ଭବସ୍ଥାରେ ଥିବାବେଳେ ଗତ ଶନିବାର ଦିନ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଗୋଟିଏ ପଟେ ଅଙ୍ଗନବାଡି କର୍ମୀ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଆଶାକର୍ମୀ ମଧ୍ୟ ଧାରଣାରେ ବସିଥିଲେ ।