ଓଡିଶା

odisha

ETV Bharat / state

10 ଦଫା ଦାବିରେ ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ - ଫୁଲବାଣୀ ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ

Postal workers strike: ଦ୍ବିତୀୟ ଦିନରେ ଫୁଲବାଣୀ ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ । ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଫୁଲବାଣୀ ମଣ୍ଡଳ ପକ୍ଷରୁ 10 ଦଫା ଦାବିରେ ଧର୍ମଘଟ । ଆଗକୁ ପଢ଼ନ୍ତୁ,

ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ
ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ

By ETV Bharat Odisha Team

Published : Dec 13, 2023, 10:58 PM IST

ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ

ଫୁଲବାଣୀ: ଦ୍ବିତୀୟ ଦିନରେ ଫୁଲବାଣୀ ଡାକ ବିଭାଗ କର୍ମଚାରୀଙ୍କ ଧର୍ମଘଟ । ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଫୁଲବାଣୀ ମଣ୍ଡଳ ପକ୍ଷରୁ 10 ଦଫା ଦାବିରେ ଧର୍ମଘଟ । ଫୁଲବାଣୀ ସ୍ଥିତ ମୁଖ୍ୟ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ । ସ୍ଵାଧୀନତାର 77 ବର୍ଷ ବିତି ଯାଇଥିଲେ ମଧ୍ୟ ଡାକ ସେବକ ମାନଙ୍କୁ କୌଣସି ସୁବିଧା ଦିଆଯାଉ ନଥିବା ଅଭିଯୋଗ ।

ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ଦିତୀୟ ଦିନରେ ପହଞ୍ଚିଛି ଧର୍ମଘଟ । ସଂଘ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଫୁଲବାଣୀ ମଣ୍ଡଳର ସମସ୍ତ କର୍ମଚାରୀ ଧର୍ମଘଟରେ ସାମିଲ ହେବା ସହ ଧର୍ମଘଟ ଜାରି ରଖିଛନ୍ତି । ତେବେ ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକଙ୍କ କାର୍ଯ୍ୟ ନିର୍ଘଣ୍ଟ ଦୈନିକ 8 ଘଣ୍ଟା ସ୍ଥିର କରାଯିବା, ପ୍ରତି 12 ବର୍ଷରେ ଥରେ ଆର୍ଥିକ ପଦୋନ୍ନତି ଦେବା, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବା, ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ପ୍ରଦାନ କରାଯିବା, 108 ଦିନ ବାର୍ଷିକ ଛୁଟି, 5 ଲକ୍ଷ ଟଙ୍କା ଗ୍ରାଚୁଏଟି, ସେଭ୍ ରାନ୍ସ, 5 ଲକ୍ଷ ଜି.ଆଇ.ଏସ ପ୍ରଦାନ କରାଯିବା, ଟାର୍ଗେଟ ନାମରେ ଅଧିକାରୀ ମାନଙ୍କ ଜୁଲମକୁ ବନ୍ଦ କରାଯିବା ଭଳି ସବୁ ଦାବି ନେଇ ସଂଘ ପକ୍ଷରୁ ଧର୍ମଘଟ ଜାରି ରହିଥିଛି । ଯେ ପର୍ଯ୍ୟନ୍ତ ସରକାର ଦାବି ଗୁଡିକୁ ପୂରଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି କହିଛନ୍ତି ଫୁଲବାଣୀ ଡାକ ମଣ୍ଡଳର ସଭାପତି ଏବଂ ସମ୍ପାଦକ ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରମିକ ମାରଣ ନୀତି ବିରୋଧରେ ରିଲାଇବୁଲ ସ୍ପଞ୍ଜ କାରଖାନା ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

ଦେଶ ସ୍ଵାଧୀନତାର 77 ବର୍ଷ ବିତି ଯାଇଥିଲେ ମଧ୍ୟ ଭାରତ ସରକାର ବ୍ରାଞ୍ଚ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ଗ୍ରାମୀଣ ଡାକ ସେବକ ମାନଙ୍କୁ କୌଣସି ସୁବିଧା ଦିଆଯାଉ ନଥିବା ଅଭିଯୋଗ କରାଯାଉଛି । ଏନେଇ କର୍ମଚାରୀ ମାନେ ପୂର୍ବରୁ ସରକାରଙ୍କ ବିରୁଦ୍ଧରେ ଅନେକ ଧର୍ମଘଟ, ଉପବାସ, ଧାରଣା ଦେଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ଦଶ ଦଫା ଦାବି ନେଇ ଗତକାଲି ଠାରୁ ସର୍ବ ଭାରତୀୟ ସ୍ତରରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବାକୁ ସଂଘ ନିଷ୍ପତ୍ତି ନେଇଛନ୍ତି । ତେବେ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାଇ, ‘‘ତାଙ୍କର ଏହି ଧର୍ମଘଟ କିଭଳି ସରକାରଙ୍କ ପାଖରେ ପହଞ୍ଚିବ ଓ ତାଙ୍କ ଦାବିକୁ ପୂରଣ କରାଗଲେ ସେମାନେ ବିଶେଷ ଉପକୃତ ହେବେ ।’’

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details