ଫୁଲବାଣୀ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ 18 ତାରିଖରେ ହେବ ଭୋଟଗ୍ରହଣ । ସେଥିପାଇଁ ପୋଲିଂ ପାର୍ଟି ପ୍ରସ୍ତୁତ ହେଲେଣି । ଫୁଲବାଣୀ ପଲିଟେକନିକ୍ କଲେଜ ପରିସରରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପାଇଁ ହୋଇଛି ଡିସ୍ପରଜାଲ୍ ସେଣ୍ଟର ।
ପୋଲିଂ ସରଞ୍ଜାମ ଏହି ସେଣ୍ଟରରୁ ସଂଗ୍ରହ କରି ପୋଲିଂ କର୍ମଚାରୀ ଆଜି ହିଁ ବାହାରି ଯିବେ ବୁଥ୍ ଅଭିମୁଖେ । ଦୂରଦୂରାନ୍ତର ବୁଥକୁ ପୋଲିଂ କର୍ମଚାରୀ ମାନେ ଆଜି ହିଁ ଯାଉଥିବା ବେଳେ ନିକଟରେ ଏବଂ ଦୁର୍ଗମ ନ ଥିବା ବୁଥ ଗୁଡିକୁ ବୁଧବାର ସକାଳେ ଯିବେ ବୋଲି ସୂଚନା ମିଳିଛି ।