ଫୁଲବାଣୀ: କୋରୋନା ସଙ୍କଟରେ ଦେଶରେ ଜାରି ହୋଇଛି ଲକଡାଉନ୍ । ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକେ । ଏହାରି ସୁଯୋଗ ଉଠାଇ ଜୁଆ ଆଡ୍ଡା ଚଳାଇ ବେଆଇନ୍ କାର୍ଯ୍ୟକଳାପରେ ଲାଗିଯାଉଛନ୍ତି ଅସାମାଜିକ ଲୋକେ । କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳର ଏକ ଘରେ ଚାଲିଥିବା ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ କରିଛି । ଘଟଣାସ୍ଥଳୁ ପୋଲିସ ୮ ଜଣଙ୍କୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକେଲ, ନଗଦ 26,038 ଟଙ୍କା ଜବତ କରିଛି ।
ଫିରିଙ୍ଗିଆରେ ଚାଲିଥିବା ବେଆଇନ୍ ଜୁଆ ଆଡ୍ଡାସ୍ଥଳୀରେ ପୋଲିସ ଚଢାଉ କରି ଗିରଫ କରିଥିଲା ଜୁଆଡି ମାନଙ୍କୁ । ଗିରଫ ହୋଇଥିବା ୮ ଜଣ ହେଲେ ଶ୍ରାବଣ କୁମାର ନାୟକ (30), ନିରଞ୍ଜନ ଦିଗଲ (28), ବିନୋଦ କୁମାର ନାୟକ(39), ବୈରାଗୀ ଚରଣ ନାୟକ(46), ନନ୍ଦୀ ମୁଖି (38), ରୋହିତ ଦିଗଲ(35), ମଣ୍ଟୁ ଦିଗଲ(33), ଭୁଭୁନି ଦିଗଲ(41) । ସମସ୍ତ ଗିରଫଦାରୀଙ୍କ ଠାରୁ ମୋବାଇଲ୍, ଟଙ୍କା ଓ ମଟରସାଇକଲ ଜବତ କରିଛି ପୋଲିସ ।