ଓଡିଶା

odisha

ETV Bharat / state

ନିଖୋଜ ପରେ ହତ୍ୟା; ଜଙ୍ଗଲରୁ କଙ୍କାଳ ଉଦ୍ଧାର, 3 ଗିରଫ - rescue skeleton from a jungle

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ତୁଳିପାଜୁ ଜଙ୍ଗଲରେ ମାଟି ତଳୁ ନରକଙ୍କାଳ ଉଦ୍ଧାର ଘଟଣାରେ ବାଲିଗୁଡା ପୋଲିସ ଏହା ଘଟଣାର ପର୍ଦ୍ଦାଫାସ କରିଛି । ଅଧିକ ପଢନ୍ତୁ...

ଜଙ୍ଗଲରୁ କଙ୍କାଳ ଉଦ୍ଧାର, 3 ଗିରଫ
ଜଙ୍ଗଲରୁ କଙ୍କାଳ ଉଦ୍ଧାର, 3 ଗିରଫ

By

Published : Apr 2, 2021, 8:21 AM IST

ଫୁଲବାଣୀ: ନିଖୋଜ ପରେ ଜଙ୍ଗଲରୁ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଏହାସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ତୁଳିପାଜୁ ଜଙ୍ଗଲରେ ମାଟି ତଳୁ ନରକଙ୍କାଳ ଉଦ୍ଧାର ଘଟଣାରେ ବାଲିଗୁଡା ପୋଲିସ ଏହା ଘଟଣାର ପର୍ଦ୍ଦାଫାସ କରିଛି । ଜଙ୍ଗରୁ ଉଦ୍ଧାର ହୋଇଥିବା କଙ୍କାଳ ନିଖୋଜ ଟିକୁନ ଗୌଡ଼ର ବୋଲି ଜଣାପଡିଛି । ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟମାନେ ଟିକୁନକୁ ହତ୍ୟା କରି ମାଟି ତଳେ ମୃତଦେହକୁ ପୋତି ଦେଇଥିବା ତଦନ୍ତରୁ ଜଣାପଡ଼ିଛି ।

ଜଙ୍ଗଲରୁ କଙ୍କାଳ ଉଦ୍ଧାର, 3 ଗିରଫ

ଏହି ନୃଶଂସ ହତ୍ୟା ସମ୍ପର୍କରେ ଏକ ସାମ୍ବାଦିକ ସମ୍ବିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ଏବଂ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା । ଗତ ଫେବୃୟାରୀ 22ରେ କୁଟିଗୁଡ଼ା ଗାଁର ଟିକୁନ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇ ଘରକୁ ଫେରିନ ଥିଲେ ।

ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବାବେଳେ ଗତ 25 ମାର୍ଚ୍ଚ ଅର୍ଥାତ୍ ଏକ ମାସ ପରେ ଜଙ୍ଗଲରେ ମାଟିତଳୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନର କଙ୍କାଳ ଉଦ୍ଧାର କରି ତଦନ୍ତ ଚଳାଇ ଥିଲା ।

ତଦନ୍ତ ବେଳେ ପଡି ଗାଁର ମୁଖ୍ୟ ଅଭିଯୁକ୍ତ ଦୁଇଭାଇ ଅଜୟ ବଗର୍ତ୍ତି ଓ ବିପିନ ବଗର୍ତ୍ତି ଏବଂ ସହଯୋଗୀ ଭଇରା ଗୌଡ଼ଙ୍କୁ ହତ୍ୟା ଅଭିଯୁକ୍ତ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ବେଳେ ପୋଲିସକୁ ଅଭିଯୁକ୍ତମାନେ ନିଜ ହତ୍ୟା କରି ମାଟିରେ ପୋତି ଦେଇଥିବା ସ୍ବୀକାର କରିଛନ୍ତି । ତେବେ ଜମି ବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details