ଓଡିଶା

odisha

ETV Bharat / state

କନ୍ଧମାଳରେ ନକ୍ସଲଙ୍କ ବର୍ବରକାଣ୍ଡ: ପହଞ୍ଚିଲେ ପୋଲିସ ମହାନିର୍ଦ୍ଦେଶକ - phulbani

ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏସପି ପ୍ରତୀକ ସିଂଙ୍କ ସହିତ ରାଜ୍ୟର ବରିଷ୍ଟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା କରୁଛନ୍ତି ଡିଜି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 17, 2019, 8:16 PM IST

Updated : Apr 17, 2019, 9:31 PM IST

ଫୁଲବାଣୀ: କନ୍ଧମାଳ ଗୁଳିକାଣ୍ଡ ଘଟଣା ପରେ ସମୀକ୍ଷା ବୈଠକ ଡକାଇଲେ ପୋଲିସ ମହାନିର୍ଦ୍ଦେଶକ । ଆଇଜି ଅପରେସନ, ଗୁଇନ୍ଦା ଡି଼ଜି, ଏସଓଜି କମାଣ୍ଡାଣ୍ଟ, ସିଆରପିଏଫର ବରିଷ୍ଠ ଅଧିକାରୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ସେପଟେ ଆତଙ୍କିତ ଗ୍ରାମ ରୋଜଗାର ସେବକ କର୍ମଚୀରୀ ମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ମୃତ ଜିଆରଏସ ସଂଯୁକ୍ତା ଦିଗାଲଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଓ ଚାକିରୀ ଦେବାକୁ ଦାବି କରିଛି ଜିଆରଏସ ସଂଘ। ଉପଯୁକ୍ତ ସୁରକ୍ଷା ନଦେଲେ ଆସନ୍ତାକାଲି ଥିବା ଭୋଟ ଗ୍ରହଣ କାର୍ଯ୍ୟରୁ ଓହରିଯିବେ ବୋଲି ଧମକ ଦେଇଛନ୍ତି।

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ. ବୃନ୍ଦା ଡି ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯିବ ଏବଂ ସୁରକ୍ଷା ମଧ୍ୟ ଦିଆଯିବ ବୋଲି ପ୍ରତିଶୃତି ଦେବା ସହ ପୋଲିଂ କାର୍ଯ୍ୟରୁ ବିରତ ନହେବା ପାଇଁ କହିଛନ୍ତି। ତେବେ ସେମାନେ ଆତଙ୍କିତ ଅଛନ୍ତି ଏବଂ ସଂଘରେ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 17, 2019, 9:31 PM IST

ABOUT THE AUTHOR

...view details