ଫୁଲବାଣୀ: ବିଚ୍ ବଜାର ଉପରେ ପୋଲିସର ଦାଦାଗିରି। କ୍ଷମତାର ବଳ ଦେଖାଇ ଲୋକଙ୍କୁ କରୁଛନ୍ତି ଭୟଭୀତ। ଏଭଳି ଘଟଣା ଘଟିଛି ଫୁଲବାଣୀ ପେଞ୍ଜୀ ସାହି ଛକରେ। କିଛି ଅସାମାଜିକ ଲୋକଙ୍କ ସହ ମିଶି ଜଣେ ବୋଲେରୋ ଡ୍ରାଇଭରକୁ ମାଡ ମାରିଛି ପୋଲିସ । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏସପି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ ଏଥିରେ ସଂପୃକ୍ତ ହୋମଗାର୍ଡ ମାନସ ପଣ୍ଡାକୁ ସସପେଣ୍ଡ କରାଯାଇଥିବା ବେଳେ ଟାଉନ ଥାନାରେ ମାମଲା ରୁଜୁ କରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି।
ସୂଚନା ଅନୁସାରେ, ପେଞ୍ଜି ସାହି ଛକରେ ଗଞ୍ଜାମ ଜିଲ୍ଲାର ଏକ ବୋଲେରୋ ଯାଉଥିବାବେଳେ ତାଙ୍କ ବାଇକକୁ ଧକ୍କା ହେବାରୁ ଯୁକ୍ତିତର୍କ ହୋଇଥିଲା । ଏହାପରେ ପୋଲିସ ବାବୁ ଓ ତାଙ୍କର ଜଣେ ସହଯୋଗୀ ଡ୍ରାଇଭରକୁ ମାଡ ମାରିଥିଲେ।
ଏସପିଙ୍କ ନିର୍ଦ୍ଦେଶ ପରେ ଟାଉନ ଥାନାରେ 151/2019ରେ ମାମଲା ରୁଜୁ କରାଯାଇଛି । ହୋମଗାର୍ଡ ମାନସ ପଣ୍ଡାକୁ ସସପେଣ୍ଡ କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ସରୋଜ ମୁଖୀକୁ ଗିରଫ କରାଯିବ ବୋଲି କହିଛନ୍ତି ଏସପି ପ୍ରତୀକ ସିଂ। ବର୍ତ୍ତମାନ ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ