କନ୍ଧମାଳ: ଫୁଲବାଣୀ ମୁନିସିପାଲିଟି ସହିତ ବାଲିଗୁଡା ଓ ଘୁ.ଉଦୟଗିରି ଏନଏସିରେ ଅକ୍ଟୋବର 2 ତାରିଖରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି । ଏନେଇ ସହରରେ ମୁନିସିପାଲିଟି ତରଫରୁ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରା ପୌରପାଳିକା କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ପଲିଥିନ ବନ୍ଦ କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଲୋକଙ୍କୁ ଏହି ଶୋଭାଯାତ୍ରାରେ ଆହ୍ବାନ କରାଯାଇଛି ।
ଫୁଲବାଣୀ: ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ - ଫୁଲବାଣୀ ମୁନିସିପାଲିଟି ପକ୍ଷରୁ ବ୍ୟାନ
ଫୁଲବାଣୀ ମୁନିସିପାଲିଟି ସହିତ ବାଲିଗୁଡା ଓ ଘୁ.ଉଦୟଗିରି ଏନଏସିରେ ଅକ୍ଟୋବର 2 ତାରିଖରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
କିଛିଦିନ ପରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକାରୀଙ୍କୁ ଅଧିକ ସଚେତନ କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି । ଆଗକୁ ପଲିଥିନ ଉପରେ ଚଢ଼ାଉ ହେବ ବୋଲି ସୂଚନା ଦିଆଯାଇଛି।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ