ଓଡିଶା

odisha

By

Published : Dec 22, 2022, 4:58 PM IST

ETV Bharat / state

କନ୍ଧମାଳରେ ଜିଲ୍ଲା ଯୋଜନା କମିଟି ବୈଠକ

କନ୍ଧମାଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ବୈଠକ । ରାଜ୍ୟ ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟ ଉପରେ ମନ୍ତ୍ରୀ କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ

Etv Bharat
Etv Bharat

କନ୍ଧମାଳରେ ଜିଲ୍ଲା ଯୋଜନା କମିଟି ବୈଠକ

ଫୁଲବାଣୀ : ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ୨୨ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିଛି ତାହାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ।

ସେହିପରି ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଚାଲୁ ରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକ । ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ଶ୍ରୀକାନ୍ତ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି । ୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ତାଙ୍କର ଏକ ଅଭିନବ ପଦକ୍ଷେପ । ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କନ୍ଧମାଳ ଓ ଗଜପତି ଯୋଜନା ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ମୂଲ୍ୟବାନ ପରାମର୍ଶ କାମନା କରିଛନ୍ତି ମନ୍ତ୍ରୀ ।

ଉପନିର୍ଦ୍ଦେଶକ ଭୀମସେନ ବାର୍ଲା ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗବାରୀ ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିଲେ। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ ଓ ପରିବେଶ, ସାଧାରଣ ଆର୍ଥିକ ସେବା, ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧,୬୬୪କୋଟି ୭୩ ଲକ୍ଷ ୯୪ ହଜାର ଟଙ୍କାର ବ୍ୟୟ ଅଟକଳ ରହିଛି । ତେଣୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସମୁଦାୟ ୧,୮୩୧ କୋଟି ୨୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ, ବିଜୁଳି, ପାଣି ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯାହା ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା।

ସେହିପରି ବିଭାଗୀୟ ଶ୍ରମ କମିଶନର, କନ୍ଧମାଳ ତେଜ କୁମାର ବାଗେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ୧୯ ଡିସେମ୍ବର ୨୦୨୨ରିଖ ସୁଦ୍ଧା ୧ ଲକ୍ଷ ୮ହଜାର ୨୭୭ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୧ ହଜାର ୫୦୯ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ୧୦୦ ଜଣ ସମୁଦାୟ ୫ଲକ୍ଷ ୫ହଜାର ୪୦୦ଟଙ୍କା ଶିକ୍ଷା ସହାୟତା ଆକାରରେ ପାଇଥିବା ବେଳେ ୧୪୩ଜଣ ସମୁଦାୟ ୭୦ଲକ୍ଷ ଟଙ୍କା ବିବାହ ସହାୟତା ପାଇଛନ୍ତି ।

ସେହିପରି ୨୦୦ ଜଣ ସମୁଦାୟ ୨୦ଲକ୍ଷ ଟଙ୍କା ମାତୃତ୍ୱ ଲାଭ ଆକାରରେ ପାଇଥିବା ବେଳେ ୩୪୪ ଜଣ ସମୁଦାୟ ୬କୋଟି ୫୭ଲକ୍ଷ ଟଙ୍କା ମୃତ୍ୟୁଜନିତ କ୍ଷତିପୂରଣ ପାଇଛନ୍ତି । ୩୩୦ ଜଣ ସମୁଦାୟ ୧୬ଲକ୍ଷ ୫୦ହଜାର ଟଙ୍କା ଅନ୍ତିମ ସଂସ୍କାର ସହାୟତା ଆକାରରେ ପାଇଛନ୍ତି ।

କନ୍ଧମାଳ ଜିଲ୍ଲା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ସେହିପରି ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଶ୍ରମିକମାନେ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ କରିବାରେ ସମସ୍ୟା ଭୋଗୁଛନ୍ତି । ଯେତେ ଅଧିକ ସଂଖ୍ୟକ ପଞ୍ଜୀକରଣ ହୋଇ ପାରିବ ତାହା ମୁଖ୍ୟମନ୍ତ୍ରୀ ଚାହୁଁଥିବା ବେଳେ ତାହା ପୂରଣ ହୋଇପାରୁନି ।

ଉକ୍ତ ସମୀକ୍ଷା ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଈଶ୍ୱର, କନ୍ଧମାଳ ସାଂସଦ ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌ଙ୍କ ସମେତ ସମସ୍ତ ସରକାରୀ ପଦାଧିକାରୀ, ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details