ଫୁଲବାଣୀ:ନିଆରା ଢଙ୍ଗରେ ନବ ବର୍ଷ ପାଳନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ଯୁବ ସମାଜସେବୀ । ଭୋଜିଭାତ ନାହିଁ କି ନାଚ ଗୀତ ନାହିଁ, ବରଂ ଦିବ୍ୟାଙ୍ଗ ଓ ମାନସିକ ବିକାରଗ୍ରସ୍ତ ଲୋକଙ୍କୁ କମ୍ବଳ ବାଣ୍ଟିଛନ୍ତି । ଏହାସହ ତାଙ୍କୁ ଚକଲେଟ୍ ଓ କେକ୍ ଖୁଆଇ ଦେଇ ନବ ବର୍ଷର ପ୍ରଥମଦିନକୁ କାଟିଛନ୍ତି ।
ସାଧାରଣତଃ ଆଜିର ଯୁବପିଢି ନିଶା କବଳରେ ପଡି ବିପଥଗାମୀ ହେବା ସହିତ ଗୁରୁଜନଙ୍କୁ ସମ୍ମାନ, ସେବା କରିବା ମନୋଭାବ ଲୋପ ପାଇବାରେ ଲାଗିଛି। ଏତିକିବେଳେ ସମାଜସେବୀ ନିତ୍ୟ ସୁନ୍ଦର ଦାସ ଏବଂ ଜଗନ୍ନାଥ ରଥଙ୍କ ନୂଆବର୍ଷ ପାଳନକୁ ନେଇ ସବୁଠି ଚର୍ଚ୍ଚା ।