ଓଡିଶା

odisha

ETV Bharat / state

ଦୁଇ ପୃଥକ୍ ଦୁର୍ଘଟଣାରେ ତିନି ମୃତ - କନ୍ଧମାଳ ଦୁର୍ଘଟଣା ଖବର

କନ୍ଧମାଳ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

phulbani two accident three death
ଦୁଇ ପୃଥକ୍ ଦୁର୍ଘଟଣା ତିନି ମୃତ

By

Published : Feb 14, 2021, 10:37 PM IST

ଫୁଲବାଣୀ: ଦୁଇ ପୃଥକ ଦୁର୍ଘଟଣାରେ ତିନି ମୃତ । କନ୍ଧମାଳ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଫିରିଙ୍ଗିଆ ଓ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଦୁଇଟି ଘାଟିରେ ଘଟିଛି ଅଘଟଣ।

ଦୁଇ ପୃଥକ୍ ଦୁର୍ଘଟଣା ତିନି ମୃତ

ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝିପଡା ଘାଟିରେ ବାଇକ୍ ଘାଟି ତଳକୁ ଖସି ଯିବାରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ମୃତକ ଦୁଇ ଜଣ ହେଲେ ଶିବାନନ୍ଦ କହଁର ଓ ପରମାନନ୍ଦ କହଁର। ଆହତ ପ୍ରକାଶ କହଁରକୁ ବ୍ରହ୍ମପୁର ପଠାଯାଇଛି। ସେହିପରି ତୁମୁଡ଼ିବନ୍ଧ ବେଲାଘର ରାସ୍ତାର ପୂଜା ଘାଟି ଠାରେ ଅଟୋ ଓଲଟି ବସିଥିବା ଯାତ୍ରୀ ଜ୍ୟୋତି ମାଲିକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କୁ ତୁମୁଡ଼ିବନ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details