ଫୁଲବାଣୀ: କୋରୋନା ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକଡାଉନରେ ସାରା ଦେଶ । ଏହି ସମୟରେ ସାମାଜିକ ଦୂରତ୍ୱକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ କଡାକଡି ନିୟମ ରହିଛି । ହେଲେ ଫୁଲବାଣୀ ସହରରେ ଖୁଲମଖୁଲା ଏହି ନିୟମର ଉଲ୍ଲଂଘନ କରୁଛନ୍ତି ଲୋକେ ।
ବ୍ୟାଙ୍କରେ ସାମାଜିକ ଦୂରତ୍ବ ଭୂଲିଲେ ଲୋକେ, ନିୟମ କଡାକଡି ଦାବି - covid -19
ଫୁଲବାଣୀ ସହରରେ ଖୁଲମଖୁଲା ଏହି ନିୟମର ଉଲ୍ଲଂଘନ କରୁଛନ୍ତି ଲୋକେ । ସାମାଜିକ ଦୂରତା ଭୂଲି ସହରର ବିଭିନ୍ନ ବ୍ୟାଙ୍କ ସାମ୍ନାରେ ଜମୁଛି ଶହ ଶହ ସଂଖ୍ୟାରେ ଲୋକେ ଭିଡ ।
ବ୍ୟାଙ୍କରେ ସାମାଜିକ ଦୂରତ୍ବ ଭୂଲିଲେ ଲୋକ, ନିୟମ କଡାକଡି ଦାବି
ସହରର ବିଭିନ୍ନ ବ୍ୟାଙ୍କ ସାମ୍ନାରେ ଜମୁଛି ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ । ଭୂଲିଯାଉଛନ୍ତି ସାମାଜିକ ଦୂରତା । ଏଭଳି ଦୃଶ୍ୟକୁ ପୋଲିସ ଦେଖି ମଧ୍ୟ ନ ଦେଖିବା ଭଳି ବ୍ୟବହାର କରୁଛି । ଏପରିକି ବ୍ୟାଙ୍କ ଅଧିକାରୀ ମଧ୍ୟ ଏଦିଗରେ ଦୃଷ୍ଟି ଦେଉନାହାନ୍ତି । ଯାହାଫଳରେ ସହରରେ ବଢିଛି କୋରୋନା ସଂକ୍ରମଣର ଭୟ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
Last Updated : May 10, 2020, 2:21 PM IST