ଓଡିଶା

odisha

ETV Bharat / state

୭କିମି ଚାଲିଲେ ବିଧାୟକ, ଦୁର୍ଗମ ଅଞ୍ଚଳକୁ ଯାଇ ବୁଝିଲେ ଲୋକଙ୍କ ସମସ୍ୟା - ଫୁଲବାଣୀ ବିଧାୟକ

କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିବା ଲାଗି ୭ କିମି ଚାଲିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଯାହାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

୭ କିମି ଚାଲିଲେ ବିଧାୟକ, ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ
୭ କିମି ଚାଲିଲେ ବିଧାୟକ, ଦୁର୍ଗମ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ

By

Published : Sep 26, 2022, 9:15 PM IST

Updated : Sep 27, 2022, 11:31 AM IST

ଫୁଲବାଣୀ:ଦୀର୍ଘ ୭ କିଲୋମିଟର ଚାଲିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଫିରିଙ୍ଗିଆ ବ୍ଲକର ଦୁର୍ଗମ ଗ୍ରାମପଞ୍ଚାୟତ ପାଙ୍ଗାଉପରସାହିର ୩ ନମ୍ବର ୱାର୍ଡ ପଟିଲିପିଡିଆ ଧର୍ମ ମଣ୍ଡପ ଠାରେ ଜାଗ୍ରତ ସନ୍ତାନ ମହାମଞ୍ଚ ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ୭ କିମି ଚାଲିକି ଆସି ବିଧାୟକ ବୈଠକରେ ଯୋଗ ଦେଇଥିଲେ ।

୭କିମି ଚାଲିଲେ ବିଧାୟକ, ଦୁର୍ଗମ ଅଞ୍ଚଳକୁ ଯାଇ ବୁଝିଲେ ଲୋକଙ୍କ ସମସ୍ୟା

ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜାଗ୍ରତ ସନ୍ତାନ ମହାମଞ୍ଚ ଫିରିଙ୍ଗିଆ ବ୍ଲକର ଦୁଇଟି ଉପାନ୍ତ ଏବଂ ଦୁର୍ଗମ ଗ୍ରାମପଞ୍ଚାୟତ ଯଥା ପାଙ୍ଗାଉପର ସାହି ଗ୍ରାମପଞ୍ଚାୟତ ଏବଂ କ୍ରାଣ୍ଡିବାଲି ଗ୍ରାମପଞ୍ଚାୟତର ଛଅଗୋଟି ଗ୍ରାମ ଯଥା ବାଲିଗଟା, ପଟିଲିପିଡିଆ, ଲଦା, ଗାଦାପଙ୍ଗା, ଟାକୁଡି, ସିପାଡି ଗ୍ରାମକୁ ନେଇ ଗଠିତ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ।

ଏହା ବି ପଢନ୍ତୁ- ସରକାରୀ ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଦଶମ ଶ୍ରେଣୀ ଛାତ୍ର ଅଟକ

ଫୁଲବାଣୀ ବିଧାୟକଙ୍କ ଏହି ଗ୍ରାମକୁ ୭କିଲୋମିଟର ଚାଲି ଚାଲି ଆସି ଗାଁରେ ପହଞ୍ଚି ବୈଠକରେ ଯୋଗ ଦେଇଥିବାରୁ ଗ୍ରାମବାସୀ ଖୁସି ହୋଇ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ । ବୈଠକରେ ବିଧାୟକଙ୍କୁ ଯୋଗ ଦେବାକୁ ଆଣି ବାରେ ମୁଖ୍ୟ ଭୂମିକା ନେଇ ଥିବା ଯୁବ ହେଲେ ସିପାଡି ଗାଁର ଯୁବକ ସନ୍ତୋଷ କହଁର । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପାଙ୍ଗା ଉପର ସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମିତା କହଁର, ସମିତି ସଭ୍ୟ ଦିଲ୍ଲୀପ ଦିଗାଲ, କ୍ରାଣ୍ଡିବାଲି ପଞ୍ଚାୟତର ସରପଞ୍ଚ ଲଷ୍ମୀ କହଁର, ସମିତି ସଭ୍ୟଙ୍କ ପ୍ରତିନିଧି ବରୁଣ କହଁର, ଗାଁ ମୁଖିଆ ଲକ୍ଷ୍ମଣ କହଁର ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଲୋକଙ୍କ ଦୁଃଖ ବୁଝିବା ଲାଗି ପାଦରେ ଚାଲି ଚାଲି ଏତେ ବାଟ ଆସିଥିବାରୁ ସାଧାରଣରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

Last Updated : Sep 27, 2022, 11:31 AM IST

ABOUT THE AUTHOR

...view details