ଫୁଲବାଣୀ:୯ ବର୍ଷର ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ହତ୍ୟା ଅଭିଯୋଗରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟ । ନାବାଳକକୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୧୫ ଜଣଙ୍କର ସାକ୍ଷୀ ଗ୍ରହଣ କରାଯାଇଥିଲା । ଏହାସହ ଡାକ୍ତରୀ ରିପୋର୍ଟ ଓ ଅନ୍ୟ ପ୍ରମାଣ ଆଧାରରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫଷ୍ଟ୍ଟ୍ରାକ୍ ପୋକ୍ସୋ କୋର୍ଟ ।
ଏହାସହିତ ଦୋଷୀଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ । ଆଦାୟ ଅର୍ଥକୁ ପିଡ଼ିତ ପରିବାରକୁ କ୍ଷତିପୂରଣ ଆକାରରେ ପ୍ରଦାନ କରିବାକୁ ନିର୍ଦ୍ଦେ ଦିଆଯାଇଛି । ୨୦୧୬ ମାର୍ଚ୍ଚ ୧୪ ତାରିଖରେ ଫୁଲବାଣୀ ସଦରଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ନବାଳକ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ସଦରଥାନା ପୋଲିସ ଏକ ମାମଲା ରୁଜୁ କରି ନାବାଳକକୁ ଖୋଜାଖୋଜି କରିଥିଲା ।