ଓଡିଶା

odisha

ETV Bharat / state

ଫୁଲବାଣୀ ସହର ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷିତ - Phulbani has been declared a content zone

ସହରର 13 ୱାର୍ଡ ମଧ୍ୟରୁ 12ଟିକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅନିର୍ଦ୍ଧିଷ୍ଟ କାଳ ଯାଏଁ ଫୁଲବାଣୀ ସହରକୁ କଣ୍ଟେନମେଣ୍ଟ କରାଯାଇଛି।

phulbani-has-been-declared-a-content-zone
ଫୁଲବାଣୀ ସହର ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

By

Published : Jul 20, 2020, 4:51 AM IST

ଫୁଲବାଣୀ: ସହରକୁ ଶେଷରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସହରର 13 ୱାର୍ଡ ମଧ୍ୟରୁ 12ଟିକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅନିର୍ଦ୍ଧିଷ୍ଟ କାଳ ଯାଏଁ ଫୁଲବାଣୀ ସହରକୁ କଣ୍ଟେନମେଣ୍ଟ କରାଯାଇଛି।

ଫୁଲବାଣୀ ସହର ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ସାରଙ୍ଗଡର ଜଣେ କରୋନା ରୋଗୀ ଫୁଲବାଣୀ ମେଡିକାଲରେ ମୃତ୍ୟୁ ହେବା ଏବଂ ବାଲିଗୁଡାର ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇ ଫୁଲବାଣୀରେ ରହୁଥିବାରୁ ଏପରି ନିର୍ଦେଶ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ।ଶନିବାର ଦିନ ଜଣେ କୋରୋନା ରୋଗୀ ଫୁଲବାଣୀ ମେଡିକାଲରେ ମୃତ୍ୟୁ ହୋଇଥିଲା। ସେ ସାରଙ୍ଗଡ଼ର ହୋଇଥିବା ବେଳେ ଅସୁସ୍ଥ ହେବାରୁ ତିନି ଚାରିଦିନ ଫୁଲବାଣୀରେ ସମ୍ପର୍କୀୟଙ୍କ ଘରେ ରହିଥିଲେ ଏବଂ ଚିକିତ୍ସିତ ହେଉଥିଲେ। ସେ ଓ ତାଙ୍କ ପରିବାର ବିଭିନ୍ନ ସ୍ଥାନକୁ ଯାଇଥିଲେ। ସେହିପରି ଶୁକ୍ରବାର ବାଲିଗୁଡା ପଣସପୋଡିର ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ ଫୁଲବାଣୀରେ ନିଜ ସମ୍ପର୍କୀୟଙ୍କ ଘରେ ବିଭିନ୍ନ ସାହିରେ ରହିଥିଲେ। ଏହା ସହିତ ସହରର ପ୍ରାୟତଃ ସମସ୍ତ ସାହି ଗଳିକୁ ଯାଇଥିଲେ। ସେଥିପାଇଁ 2 ନମ୍ବର ୱାର୍ଡ ଦାମିଗାଁ ବ୍ୟତୀତ ସମସ୍ତ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଫୁଲବାଣୀ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି। ସହରର 5ଟି ପ୍ରବେଶ ପଥ ସିଲ କରିବାକୁ ନିର୍ଦେଶ ରହିଛି। କେହି ଘରୁ ବାହାରକୁ ବାହାରିବେ ନାହିଁ। ମେଡ଼ିକାଲ ଜରୁରୀ ପରିସ୍ଥିତିରେ କଣ୍ଟ୍ରୋଲ ରୁମକୁ ସୂଚନା ଦେବେ ଏବଂ ଜରୁରୀ ସେବା ପାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ବାଲିଗୁଡାକୁ ମଧ୍ୟ ଆଂଶିକ କଣ୍ଟେନମେଣ୍ଟ ଘୋଷଣା ହୋଇଛି। କୋରୋନାକୁ ନେଇ ସହରରେ ଆଶଙ୍କା ଓ ଆତଙ୍କିତ ଅଛନ୍ତି ଲୋକେ। ତେବେ କେହି ଆତଙ୍କିତ ନ ହେବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details