ଓଡିଶା

odisha

By

Published : Sep 20, 2020, 8:29 PM IST

ETV Bharat / state

ଦ୍ବିତୀୟ ଥର କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଫୁଲବାଣୀ-କନ୍ଧମାଳ ଜିଲ୍ଲା କୋର୍ଟ

ଗତ ତିନି ଦିନରେ କୋର୍ଟର 24 ଜଣ ସଦସ୍ୟ କୋଭିଡ ପଜିଟିଭ ଚିହ୍ନଟ ହେବାପରେ, ଫୁଲବାଣୀ ଓ କନ୍ଧମାଳ ଜିଲ୍ଲା ନ୍ୟାୟାଳୟ ପରିସରକୁ ପୁନର୍ବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Phulbani district court declared as containment Zone
ଦ୍ବିତୀୟ ଥର କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଫୁଲବାଣୀ-କନ୍ଧମାଳ ଜିଲ୍ଲା କୋର୍ଟ

ଫୁଲବାଣୀ: ଫୁଲବାଣୀ ଓ କନ୍ଧମାଳ ଜିଲ୍ଲା ନ୍ୟାୟାଳୟ ପରିସରକୁ ପୁନର୍ବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲ୍ଲା କୋର୍ଟ ପରିସରରେ ଥିବା ସମସ୍ତ କୋର୍ଟକୁ ବନ୍ଦ କରାଯିବା ସହିତ ରାସ୍ତାକୁ ବ୍ୟାରିକେଡ କରି ବନ୍ଦ କରାଯାଇଛି । ଏଥିସହିତ ଦିନ ରାତି 24 ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା କରାଯାଇଛି ।

ଅଗଷ୍ଟ ମାସରେ ପ୍ରଥମେ ଫୁଲବାଣୀ ଜିଲ୍ଲା କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିବା ବେଳେ 14 ଦିନ ପରେ କଟକଣା ହଟିଥିଲା । ମାତ୍ର ଗତ ତିନି ଦିନରେ କୋର୍ଟର 24 ଜଣ ସଦସ୍ୟ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ କରାଯାଇଛି।

କୋର୍ଟକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରାଯିବା ସହ, ପରିସରରେ ଥିବା 6ଟି କୋର୍ଟକୁ ବନ୍ଦ କରାଯାଇଛି । କେହି ଯେପରି ଚଳପ୍ରଚଳ କରିବେ ନାହିଁ, ସେଥିପାଇଁ 24 ଘଣ୍ଟିଆ ପୋଲିସ ପହରା ଦେଉଛି । ପରିସରକୁ ସାନିଟାଇଜ କରାଯିବା ସହ କଣ୍ଟେନମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଛି।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details