ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ । 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇସିୟୁରେ କରାଯାଇ ପାରିବ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ମାତୃ ୟୁନିଟରେ ଆଜି ସିଡ଼ିଏମ ଓ ଡା ସମୀର କୁମାର ଦାସ ଏହି 6 ବେଡ ବିଶିଷ୍ଟ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।
କନ୍ଧମାଳରେ ଖୋଲିଲା ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ - ଫୁଲବାଣୀ
କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ । ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇସିୟୁ ଖୋଲାଯାଇଛି । 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇସିୟୁରେ କରାଯାଇ ପାରିବ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇସିୟୁ ଖୋଲାଯାଇଛି । କନ୍ଧମାଳରେ ରାଜ୍ୟର ସର୍ବାଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବାରୁ ଏହା ଅନେକାଂଶରେ ସହାୟକ ହେବ ବୋଲି କହିଛନ୍ତି ଆଇସିୟୁ ଇନଚାର୍ଜ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ